ଓଡିଶା

ପାଟଣା ବ୍ଲକରେ ପ୍ରଥମ କରୋନା ଆକ୍ରନ୍ତା ଚିହ୍ନଟ

(ବିଜୟ କୁମାର କାରୁଆ, ପାଟଣା): କେନ୍ଦୁଝରଜିଲ୍ଲା ପାଟଣା ବ୍ଳକ ଅଞ୍ଚଳରେ ପ୍ରଥମକରି କରୋନା ଆକ୍ରାନ୍ତ ପାଦ ଥାପିଛି । ପାଟଣା ବ୍ଲକ ଚେମଣା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ଅସ୍ଥାୟୀ ଶିବିର କେନ୍ଦ୍ରରେ ରହୁଥିଲେ। ଯୁବକ ଜଣେ ପ୍ରବାସୀ ୨୪ ବର୍ଷିୟ ଯୁବକ କିଛି ଦିନ ତଳେ ତାଙ୍କ ସ୍ୱାବ ନମୁନା ନିଆଯାଇଥିଲା । ତାଙ୍କର ପଜେଟିପ ରିପୋର୍ଟ ଆସିଥିବା ବେସରକାରୀ ଭାବେ ଜଣା ପଡିଛି। ତାଙ୍କୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲେ ନେବାକୁ ପାଟଣାବ୍ଲକ ପ୍ରସାସନ, ପାଟଣା ସ୍ବାସ୍ଥ୍ୟ ବିଭାଗ ଟିମ ତୁରୁମୁଙ୍ଗା ପୋଲିସ ସଙ୍ଗରୋଧ କେନ୍ଦ୍ର ପହଞ୍ଚି ଛନ୍ତି। ଯୁବକ ଜଣକ ଗୁଜୁରାଟ ଅହମଦବାଦରୁ ଫେରି ଚେମଣା ପଞ୍ଚାୟତ ସଘଂରୋଧ କେନ୍ଦ୍ରରେ ରହୁଥିଲେ । ଏହି ସଙ୍ଗରୋଧ କେନ୍ଦ୍ରରେ ୧୭ଜଣ ପ୍ରବାସୀ ରହୁଥିବା ବେଳେ ଏମାନେ ତାମିଲିନାଡୁ, ହାଇଦ୍ରାବାଦ, ଅହମଦାବାଦ ଫେରନ୍ତା ଜଣା ପଡିଛି । ଏହା ସହ ପାଟଣା ତହସିଲଦାର ଶିବ ପ୍ରସାଦ ମୁର୍ମୁ ମଧ୍ୟ ଚେମଣା ସଙ୍ଘରୋଧ କେନ୍ଦ୍ରରେ ପହଞ୍ଚିଥିଲେ।

Related posts

୫୧ କେଜି ଗଞ୍ଜେଇ ଜବତ, ୨ ଗିରଫ

mahabharatanews

ପାରାଦୀପ ମହୋତ୍ସବ-୨୦୨୫ ମହା ସମାରୋହରେ ଉଦଘାଟିତ

mahabharatanews

ବାଇକକୁ ଧକ୍କା ଦେଲା କାର ; କାର୍ ଡ୍ରାଇଭର ଓ ବାଇକ ଆରୋହୀ ଗୁରୁତର

mahabharatanews