Uncategorized

ପାଟି ଘା’ ହୋଇଥିଲେ ଚୋବାଇ ଖାଅ।ନ୍ତୁ ପଣସ ପତ୍ର

(ମହାଭାରତ): କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି । ଅନେକ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି । କରୋନା ଯୋଗୁଁ ଅ।ମିଷ ଖାଦ୍ୟକୁ ମଧ୍ୟ ବାରଣ କରାଯାଇଛି । ଏଥିପାଇଁ ବଜାରରେ ପଣସର ଚାହିଦା ଅଧିକ । ମାଛ ମାଂସ ମୂଲ୍ୟଠାରୁ ପଣସ କଠାର ମୂଲ୍ୟ ଅଧିକ ହୋଇଗଲାଣି । ପଣସ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ ।ଏଥିରେ ଭିଟାମିନ ଏ, ସି, ପୋଟାସିୟମ, କ୍ୟାଲସିୟମ, ଅ।ଇରନର ଅଭାବକୁ ପୂରଣ କରିଥାଏ । ପଣସ ଏମିତି ଏକ ପରିବା ଯେଉଁଥିରେ ପକଡି, କୋପ୍ତା ଏବଂ ଅ।ଚାର ମଧ୍ୟ କରିପାରିବେ । ଏଥିରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ । ଏହାଛଡା ଏହି ପରିବାରେ କ୍ୟାଲୋରୀ ନଥାଏ । ଏହାସହିତ ଏହା ହୃଦରୋଗୀଙ୍କ ପାଇଁ ଫାଇଦାଯୁକ୍ତ ହୋଇଥାଏ । ଅ।ସନ୍ତୁ ଜାଣିବା ପଣସ ଖାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ.. – ପଣସରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ ରହିଥାଏ, ଯାହା ଶରୀରର ହାଡକୁ ମଜବୁତ କରିଥାଏ ।
– ପଣସ କ୍ଷୀରକୁ ଅ ।ଣ୍ଠୁ ଘା କିମ୍ବା ଫୁଲିବା ଭଳି ସମସ୍ୟା ହୋଇଥିଲେ ଲଗାଇବା ଦ୍ୱାରା ଅ।ରାମ ମିଳିଥାଏ ।
– ଯଦି ଅ ।ପଣଙ୍କର ଥଣ୍ଡା ଯୋଗୁଁ ପାଟି ଘା ହୋଇଥାଏ, ତେବେ ପଣସ ବହୁତ ଉପକାରୀ ହୋଇଥାଏ । ଏମିତି ସମସ୍ୟା ଥିଲେ ପଣସ ପତ୍ରକୁ ଚୋବାନ୍ତୁ ।
– ପଣସରେ ଭରପୂର ମାତ୍ରାରେ ଭିଟାମିନ ଏ ରହିଥାଏ, ଯାହା ଦୃଷ୍ଟିଶକ୍ତି ବଢାଇଥାଏ ।
– ଶରୀରର ବ୍ଲଡ ସର୍କୁଲେସନ ବଢାଇବାରେ ମଧ୍ୟ ପଣସ ବେଶ ସହାୟକ ହୋଇଥାଏ ।

Related posts

୨ ବହୁତଳ ଅଟ୍ଟାଳିକା ଧ୍ୱଂସ

mahabharatanews

ESW ସଂରକ୍ଷଣରେ ବାଜିଲା ସୁପ୍ରିମକୋର୍ଟଙ୍କ ମୋହର

mahabharatanews

‘କେଜିଏଫ ୨’ରେ ରବିନା

mahabharatanews