Uncategorized

ଦିଲ୍ଲୀ ହିଂସାରେ ଗୁଇନ୍ଦା କନଷ୍ଟେବଳଙ୍କ ମୃତ୍ୟୁ ସନ୍ଦେହ

(ନୂଆଦିଲ୍ଲୀ): ବୁଧବାର ସକାଳୁ ହିଂସା ପ୍ରବଣ ଉତ୍ତରପୂର୍ବ ଦିଲ୍ଲୀର ଚାନ୍ଦବାଗରୁ ଗୁଇନ୍ଦା ବିଭାଗର ଜଣେ କନେଷ୍ଟବଳଙ୍କ ମୃତଦେହ ମିଳିଛି । ବୁଧବାର ଅପରାହ୍ନରେ ଦିଲ୍ଳୀ ପୋଲିସ ଏକ ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଗୁଇନ୍ଦା କନଷ୍ଟେବଳଙ୍କ ନାମ ଅଙ୍କିତ ଶର୍ମା ଏବଂ ସେ ଦିଲ୍ଲୀର ଖଜୁରିୀରିରେ ରହୁଥିଲେ ବୋଲି ଜଣାପଡିଛି । ମଙ୍ଗଳବାର ସନ୍ଧ୍ୟାରେ ସେ ଡ୍ୟୁଟିରେ ଯାଇ ଘରକୁ ଫେରି ନଥିଲେ । ତେବେ ଏଠାରେ ହିଂସା ବେଳେ ଉତ୍ତ୍ୟକ୍ତ ଲୋକଙ୍କ ଟେକା ପଥର ମାଡରେ ତାଙ୍କର ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୨୬ ବର୍ଷିୟ ଅଙ୍କିତ ଶର୍ମା ୨୦୧୭ରେ ଗୁଇନ୍ଦା ବିଭାଗରେ ଯୋଗ ଦେଇଥିଲେ । ଏବେ ସେ ବିଭାଗରେ ତାଲିମ ନେଉଥିଲେ । ତେବେ ଦିଲ୍ଲୀରେ ଏବେ ସିଏଏ ସପକ୍ଷବାଦୀ ଓ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି । ଚାନ୍ଦବାଗ ସମେତ ଉତ୍ତରପୂର୍ବ ଦିଲ୍ଲୀର କିଛି ଅଞ୍ଚଳରେ ମଧ୍ୟ ହିଂସା ଉପୁଜିଥିଲା । ଏଥିରେ କିଛି ଲୋକଙ୍କ ମୃତ୍ୟୁ ହେବା ସହ ବ୍ୟାପକ ପୋଡାଜଳା ହୋଇଥିଲା । ସମ୍ଭବତଃ ଏହି ହିଂସାରେ ଗୁଇନ୍ଦା ଅଫିସରଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କିନ୍ତୁ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ । ତେବେ ଗୁଇନ୍ଦା ଅଫିସରଙ୍କ ମୃତ୍ୟୁକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶୋକ ପ୍ରକାଶ କରିଛନ୍ତି ।

Related posts

ଦେଶରେ ଗୋଟିଏ ଦିନରେ ୪୦୭ ମୃତ୍ୟୁ

mahabharatanews

ଆଦିବାସୀ ଛାତ୍ରୀଙ୍କୁ ସ୍କୁଟି ବାଣ୍ଟିବେ ରାଜସ୍ଥାନ ସରକାର

mahabharatanews

୪ ଦିନ ପାଇଁ ଓଡିଶା ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

mahabharatanews