ଓଡିଶା

ପାପର ପ୍ରାୟଶ୍ଚିତ: ନିଜ ବେକ କାଟି ବୃଦ୍ଧଙ୍କ ମୃତ୍ୟୁ

ବ୍ରହ୍ମପୁର: ପାପରୁ ମୁକ୍ତି ପାଇବାକୁ ନିଜ ବେକ ନିଜେ କାଟିଲେ ବୃଦ୍ଧ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ନୀଳକଣ୍ଠେଶ୍ୱର ମନ୍ଦିରରେ । ମୃତକ ହେଲେ ବଡବଜାର ଥାନା ଅଧୀନ ପିଚିପିଚା ନଗରର ଛବିଳ ମହାରଣା । ଗୋଷାଣୀ ନୂଆଗାଁ ଅଧୀନ ପ୍ରସିଦ୍ଧ ଶୈବ ପୀଠ ନୀଳକଣ୍ଠେଶ୍ୱର ମନ୍ଦିରରେ ଅଧିଆ ପଡିଥିଲେ । ପରେ ନିହଣରେ ନିଜ ବେକ କାଟିଦେଇଥିଲେ । ବେକ କାଟିବା ପରେ ବୃଦ୍ଧ ଚିକ୍ରାରକରିଥିଲେ, ମୁଁ ପାପ କରିଛି, ମୋତେ କ୍ଷମା ଦିନ ପ୍ରଭୁ, ମୋତେ କ୍ଷମା ଦିଅ ।

ତାଙ୍କ ଚିକ୍ରାର ଶୁଣି କିଛି ଯୁବକ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଗୋଷାଣି ନୂଆଗାଁ ଥାନାକୁ ସୂଚନା ଦେଇଥିଲେ । ପୁଲିସ ଆସି ଛବିଳଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରି ଦେଇଥିଲା । ତେବେ ବାଟରେ ପୁଲିସ ପଚାରିବାରୁ ସେ କହିଥିଲେ ମୁଁ ପାପ କରିଛି, ସେଥିଲାଗି ବେକ କାଟି ପାପର ପ୍ରାୟଶ୍ଚିତ କରିଛି । ତେବେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

Related posts

ଘରୋଇ ସ୍କୁଲ ଫି: ହାଇକୋର୍ଟଙ୍କ ନିର୍ଦ୍ଦେଶ ମିଳିଲା ପରେ ବିଭାଗ ନିଷ୍ପତ୍ତି ନେବ

mahabharatanews

ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର

mahabharatanews

ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛି ସାରା ଓଡ଼ିଶା

mahabharatanews