ଓଡିଶା

ପାରାଦ୍ୱୀପ କର୍ମଜିବୀ ମହିଳା କକ୍ଷ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ 

ପାରାଦ୍ୱୀପ: ପାରାଦ୍ୱୀପ କର୍ମଜୀବୀ ମହିଳା କକ୍ଷ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ଶୁକ୍ରବାର ଏହାର ଉଦଯାପନୀ ସମାରୋହ ପୋର୍ଟ ଅଫିର୍ସସ କ୍ଳବ ସମ୍ମିଳନୀ କକ୍ଷଠାରେ ପାଲିତ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା କମିସନର ଅଧ୍ୟକ୍ଷା ଡଃ ମିନତୀ ବେହେରା , ସମ୍ମାନୀତ ଅତିଥି ଭାବେ ସଦସ୍ୟା ସ୍ନେହାଞଳି ମହାନ୍ତି, ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ, ଉପାଧ୍ୟକ୍ଷ ଏ.କେ. ବୋଷ, ବନ୍ଦର ମୁଖ୍ୟ ଯାନ୍ତ୍ରୀକ ଯନ୍ତ୍ରୀ ସରୋଜ କୁମାର ଦାସ , ପାରାଦ୍ୱୀପ ଲେଡିଜ କ୍ଲବର ସଭାନେତ୍ରୀ ଶୁଭଲକ୍ଷ୍ମୀ ରଏ ଯୋଗ ଦେଇଥିଲେ । କର୍ମଜିବୀ ମହିଳା ପକ୍ଷର ସଭାନେତ୍ରୀ ସୁସ୍ମିତା ସାସମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।ମୁଖ୍ୟ ଅତିଥି ଡଃ ବେହେରା ମହିଳାମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ଦିଗରୁ ସହଯୋଗ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଶ୍ରୀମତୀ ମହାନ୍ତି ରାଜ୍ୟ ସରକାରଙ୍କର ମହିଳାମାନଙ୍କର ଉନ୍ନତି ନିମନ୍ତେ ନିଆ ଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ମହିଳା କକ୍ଷର ଆବାହିକା ବିଜୟ ଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଜୀବୀ ମହିଳା କକ୍ଷର ସଦସ୍ୟାମାନଙ୍କ ସମେତ ପାରାଦ୍ୱୀପର ବିଭିନ୍ନ ମହିଳା ସମିତିର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Related posts

ଆଜିଠୁ ରାମଚଣ୍ଡୀରେ ଏନଡିଆରଏଫର ମକଡ୍ରିଲ

mahabharatanews

କେବେ ଅପରାଜିତାଙ୍କ ପିଛା ଛାଡିବ ବିରୋଧ?

mahabharatanews

ତେଲନଦୀ ମଝିରେ ୧୨ ଟିକିଆ ହାତୀପଲ

mahabharatanews