ଓଡିଶା

କୋକସରାରେ କୋରୋନା ସଚେତନତା ସଭା

(ମହାଭାରତ, ଭବାନୀପାଟଣା): କୋରୋନା ଭାଇରସ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି । ଚୀନରୁ ସୃଷ୍ଟି ହୋଇଥିବା ଏହି ଭୟଙ୍କର ଭାଇରସ ଏବେ ୧୨୧ଟି ଦେଶକୁ ବ୍ୟାପିଛି । ଏହି ଭୁତାଣୁ ସଂକ୍ରମଣ ଫଳରେ ସମଗ୍ର ବିଶ୍ୱରେ ଶନିବାର ସୁଦ୍ଧା ୫ ହଜାରରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ଏକ ଲକ୍ଷରର ଉଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଛି । ଏହି ଭାଇରସର ମୁକାବିଲା ପାଇଁ କୌଣସି ଔଷଧ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନଥିବା ବେଳେ ସଚେତନତା ହିଁ ଏକମାତ୍ର ବିକଳ୍ପ ରହିଛି । ଓଡ଼ିଶା ସରକାର କରୋନାକୁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି । ତେବେ ସ୍ୱାସ୍ଥ୍ୟ ବିଭାଗ ରାଜ୍ୟରେ କୋରୋନାକୁ ନେଇ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା ଶବ୍ୟାରାଣୀ ବାଗ, ବିଡିଓ ମନୀଷା ଦାସ ଏବଂ ସ୍ୱାସ୍ଥ୍ୟ ପରାମର୍ଶଦାତା ଚିଦାନନ୍ଦ ପଣ୍ଡାଙ୍ ସମେତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି, ସାମ୍ବାଦିକ ଉପସ୍ଥିତ ରହି ନିଜ ନିଜ ପଞ୍ଚାୟତରେ ଜନ ସଚେତନତା ସୃଷ୍ଟି କରିବାକୁ ଏହି ସଭାରେ ଶପଥ ନେଇଥିଲେ ।

Related posts

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଏନଡିଆରଏଫର ସଚେତନତା କାର୍ଯ୍ୟକ୍ରମ

mahabharatanews

ନନ୍ଦନକାନନରେ ଅଘଟଣ: ୧ଘଣ୍ଟାରୁ ଅଧିକ ସମୟ ଧରି ଫସି ରହିଲେ ପର୍ଯ୍ୟଟକ

mahabharatanews

ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

mahabharatanews