ଓଡିଶା

ପଦ୍ମଶ୍ରୀ ପ୍ରକାଶ ରାଓ ଆଉ ନାହାନ୍ତି

କଟକ: ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ଆଜି ପରଲୋକ ହୋଇଛି । ଆଜି ଅପରାହ୍ନ ୪.୧୫ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏସସିବି ମେଡିକାଲରେ ତାଙ୍କ ପରଲୋକ ହୋଇଛି । କରୋନା ଆକ୍ରାନ୍ତ ହୋଇ ସେ ୨୦ ଦିନ ହେବ ଏସସିବିରେ ଚିକିତ୍ସିତ ହୋଇ ଆସୁଥିଲେ । କିନ୍ତୁ ଆଜି ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ତାଙ୍କ ପରଲୋକ ପରେ ଏସସିବି ଜରୁରୀକାଳୀନ ଅଧିକାରୀ ଡା ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି ।
ପଦ୍ମଶ୍ରୀ ପ୍ରକାଶ ରାଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟକରି ଆସୁଥିଲେ । କଟକରେ ସେ ଏକ ଚା ଦୋକାନ କରି ପେଟ ପୋସିବା ସହ ଅସହାୟ ଗରିବ ପିଲାଙ୍କ ପାଇଁ ମଧ୍ୟ ସାଜିଥିଲେ ଦେବଦୁତ । ସେ ବସ୍ତୀ ପିଲାଙ୍କୁ ନିଜ କଷ୍ଟ ଅର୍ଜିତ ଅର୍ଥରେ ଶିକ୍ଷାଦନା କରୁଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ବସ୍ତୀ ପିଲାଙ୍କ ପାଇଁ ତିଆରି କରିଥିଲେ ଏକ ସ୍କୁଲ । ଏହା ବ୍ୟଥୀତ ସ ୨୦୦ରୁ ଅଧିକ ଥର ରକ୍ତଦାନ କରିଛନ୍ତି । ସ୍ୱର୍ଗତ ରାଓ ଜଣେ ଅମାୟିକ, ସରଳ ବ୍ୟକ୍ତିତ୍ୱ ଥିଲେ ।

Related posts

ଅଜଣା ଗାଡି ଧକ୍କାରେ ମାଆ, ପୁଅ ମୃତ

mahabharatanews

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ସମ୍ଭାବନା ନେଇ ରାଇରଙ୍ଗପୁରରେ ଆନନ୍ଦ

mahabharatanews

ରାଜ୍ୟସ୍ତରୀୟ ବିଶ୍ୱ ପ୍ରାଣିଚିକିତ୍ସା ଦିବସ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

mahabharatanews