(ବଲାଙ୍ଗୀର/ମଧୂସୁଦନ ବହିଦାର): ବର୍ତ୍ତମାନ ଭଳି ସମୟରେ ସମସ୍ତେ ପତ୍ୟକ୍ଷ ବା ପରୋକ୍ଷ ଭାବରେ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ମୁଖ୍ୟତଃ ଆମେ ଯାହାଙ୍କୁ ପ୍ରଥମ ଧାଡ଼ିର ଯୋଦ୍ଧା ଭାବରେ ପରିଗଣିତ କରୁଛେ ସେମାନେ ହେଲେ ସ୍ୱାସ୍ଥ୍ୟ କର୍ମଚାରୀ । ଆଜି ତାଙ୍କ ପ୍ରତି ହେଉଥିବା ଅବହେଳା ବିଷୟରେ ସେ ଲିଖିତ ଭାବେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଛନ୍ତି । ତାଙ୍କ କହିବା ଆଧାରରେ ସେମାନେ ମଧ୍ୟ କରୋନା ଜନିତ ସମସ୍ତ କାର୍ୟ୍ୟ ରେ ନିୟୋଜିତ ହେଉଥିବା ସତ୍ତ୍ୱେ ଯେଉଁ ଭଳି ସଙ୍ଗରୋଧ କେନ୍ଦ୍ର ତଥା ସ୍ୱାପ ବା ନମୁନା ସଂଗ୍ରହ ଭଳି ଯୁଦ୍ଧର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦାୟିତ୍ୱ ବହନ କରୁଛନ୍ତି । ହେଲେ ସରକାର ତାଙ୍କ ପ୍ରତି କୌଣସି ବୀମା କିମ୍ବା କିଛି ବକ୍ସିସ ମୂଳକ ରାଶି ଏ ପର୍ୟ୍ୟନ୍ତ ଘୋଷଣା କରିନାହାନ୍ତି । ତେଣୁ ସେମାନେ ମୁଖ୍ୟତଃ ଏହି ଦୁଇ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜଣାଇଥିଲେ । ସେ ଏହି ବିଷୟକୁ ଗୁରୁତ୍ୱର ସହିତ ଗ୍ରହଣ କରି କିଭଳି କର୍ମୀ ମାନେ ଉପକୃତ ହେବେ ସେ ଦିଗରେ ଯଥା ସମ୍ଭବ ପ୍ରୟାସ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।
previous post