Uncategorized

 କରୋନା:  ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

ନୂଆଦିଲ୍ଲୀ: କରୋନା ସହ ଲଢେଇରେ ଆଗ ଧାଡିରେ ଥିବା ଯୋଦ୍ଧାମାନଙ୍କୁ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ଦିଆଯିବ। କରୋନା ଡ୍ୟୁଟିରେ ମୁତୟନ ପୁଲିସ କର୍ମଚାରୀ, ଅର୍ଦ୍ଧସାମରିକ ବଳ ଏବଂ କଣ୍ଟେନମେଣ୍ଟ ଓ ଅନ୍ୟାନ୍ୟ ସ୍ଥାନରେ ମୁତୟନ କର୍ମଚାରୀମାନଙ୍କୁ ଏହି ଔଷଧ ପ୍ରଦାନ କରାଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି।
ଅଣକୋଭିଡ-୧୯ ହସ୍ପିଟାଲରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ, କଣ୍ଟେନମେଣ୍ଟ ଜୋନରେ ଡ୍ୟୁଟିରେ ମୁତୟନ କର୍ମଚାରୀ, କରୋନା ଭୂତାଣୁ ମୁକାବିଲାରେ ସମ୍ବନ୍ଧୀୟ କାର୍ୟ୍ୟକଳାପରେ ସାମିଲ ଯବାନ ଏବଂ ପୁଲିସ କର୍ମଚାରୀଙ୍କୁ ରୋଗ ପ୍ରତିରୋଧକ ଔଷଧ ଭାବେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଔଷଧ ସେବନ କରିବାକୁ ସୁପାରିସ୍‌ କରାଯାଇଛି।
ଆଇସିଏମଆର, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଏମ୍‌ସ ଏବଂ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ସହିତ କିଛି ସଂସ୍ଥା ପକ୍ଷରୁ ପ୍ରାରମ୍ଭିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ହାଇଡ୍ରୋକ୍ସିକ୍ଲୋରୋକୁଇନ ସେବନ ଦ୍ବାରା କରୋନା ସଂକ୍ରମଣ ବିପଦ ହ୍ରାସ ପାଇଛି।

Related posts

ମୋଟାପଣ ହ୍ରାସ କରିବାକୁ ଚାହୁଁଉନ୍ତି କି? ଆପଣାନ୍ତୁ ଏହି ୨ଆସନ

mahabharatanews

ଛୋଟା ରାଜନ ସମେତ ୪ ଜଣଙ୍କୁ ୨ ବର୍ଷ କାରାଦଣ୍ଡ

mahabharatanews

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews