ଓଡିଶା

ପିଚୁ କାରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଗତ ରାତିରେ ସଦର ଥାନା ଅଧୀନ ଜୟନ୍ତପୁରରେ ଏହି ଅଘଟଣ ଘଟିଛି। ଏକ ପିଚୁ କାରଖାନାରେ ନିଆଁ ଲ।।ଗି କାରଖାନା ହୁତୁ ହୁତୁ ହୋଇ ଜଳିଥିଲା ।
ସୂଚନା ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ୩ଟି ଦମକଳ ବାହିନୀର ଦୀର୍ଘ ଚେଷ୍ଟା ପରେ ନିଆଁ ଉପରେ ଆୟତ୍ତ ଅଣାଯାଇଥିଲା । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ତେବେ ଲକ୍ଷ ଲକ୍ଷ ଟଙ୍କାର କଞ୍ଚାମାଲ ଓ ସାମଗ୍ରୀ ନଷ୍ଟ ହୋଇଯାଇଛି । ନିଆଁ କିପରି ଲାଗିଲା ତାର କାରଣ ଜଣାପଡି ନାହିଁ । ତେବେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

 

Related posts

ଅଟୋ ଓଲଟି ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ

mahabharatanews

ଫନିର ୭ ମାସ ପରେ ମଧ୍ୟ ସହୟତା ଅପେକ୍ଷାରେ ହିତାଧିକାରୀ

mahabharatanews

ତେଲନଦୀ ମଝିରେ ୧୨ ଟିକିଆ ହାତୀପଲ

mahabharatanews