ଭାରତ

ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି: ରଣଦୀପ ଗୁଲେରିୟା

ନୂଆଦିଲ୍ଲୀ: ଦିଲ୍ଲୀ ପ୍ରଦୂଷଣକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । ଦିଲ୍ଲୀର ବାୟୁ ସିଗାରେଟ ଧୂଆଁଠୁ ବି ଅଧିକ ହାନିକାରକ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିୟା ଦିଲ୍ଲୀର ପ୍ରଦୂଷଣ ଦିଲ୍ଲୀବାସୀଙ୍କ ଆୟୁଷ କମାଉଛି । ଏକ ଅଧ୍ୟୟନରୁ ଜଣାପଡିଛି, ଦିଲ୍ଲୀବାସୀଙ୍କ ଆୟୁଷ ହ୍ରାସ ପାଇଛି ବୋଲି ରଣଦୀପ ଗୁଲେରିଆ କହିଛନ୍ତି । ସେ ଆହୁରି ମଧ୍ୟ ବାୟୁ ପ୍ରଦୂଷଣକୁ କରୋନା ସଂକ୍ରମଣର କାରଣ ବୋଲି କହିଛନ୍ତି ।
ଗୁଲେରିୟାଙ୍କ ଅନୁଯାୟୀ, ବାୟୁ ପ୍ରଦୂଷଣ ଯେଉଁଠି ଅଧିକ, ସେଠି କରୋନା ଅଧିକ ଘାତକ ହୋଇପାରେ । ପ୍ରଦୂଷଣ କରୋନା ଭୂତାଣୁକୁ ବାୟୁରେ ଅଧିକ ସମୟ ରହିବାକୁ ଦେଇଥାଏ । ଏହା ଫୁସଫୁସ ଉପରେ କୁପ୍ରଭାବ ପକାଏ। ଦୀପାବଳିର ଦୁଇ ଦିନ ପରେ ଦିଲ୍ଲୀର ଏୟାର କ୍ୱାଲିଟି ବିପଜ୍ଜନକ ଅବସ୍ଥାରେ ପହଞ୍ଚିଛି। ପଡୋଶୀ ରାଜ୍ୟରେ ମାତ୍ରାଧିକ ବାଣ ଫୁଟିବା ଏବଂ କ୍ଷେତରେ ଗଦା ଗଡ଼ା ନଡ଼ା ଜାଳିବା ଯୋଗୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଛି। ତେବେ ଆଗାମୀ ସୋମବାର ପୂର୍ବରୁ ଦିଲ୍ଲୀବାସିଙ୍କୁ ନିସ୍ତାର ମିଳିବାର ନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

 

Related posts

ମଣିପୁରରେ ୭୦୦ରୁ ଊର୍ଦ୍ଧ୍ବ ମିଆଁମାର୍‌ ନାଗରିକ, ଫେରିଯିବାକୁ ନିର୍ଦ୍ଦେଶ

mahabharatanews

ରଣବୀର ସିଂହଙ୍କ “ଧୁରନ୍ଧର”ର ଟ୍ରେଲର ହେଲା ରିଲିଜ

mahabharatanews

ଗରମପାଣିରୁ ଉଦ୍ଧାର ହେଲା ଅଭିନେତା ମାଥ୍ୟୁ ପେରିଙ୍କ ମୃତଦେହ

mahabharatanews