ଓଡିଶା

 ପୁଞ୍ଜିଲାଲକୁ ଜେଲରେ ମାଡ ଅଭିଯୋଗ

ପାଟଣାଗଡ଼: ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେରାକୁ ଜେଲରେ ମାଡ ମାରିବା ନେଇ କୋର୍ଟରେ ଅଭିଯୋଗ । ବଲାଙ୍ଗିର ଜେଲ୍‌ରେ ଜେଲର୍‌ ତାକୁୁ ମାଡ଼ ମାରିଥିବା ନେଇ ପାଟଣାଗଡ଼ ଏସ୍‌ଡିଜେଏମ୍‌ କୋର୍ଟଙ୍କୁ ତା ଓକିଲ ଜଣାଇବା ସହ ତାର ଚିକିତ୍ସା ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ।
୨୦୧୮ ମେ’ ୫ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ୍‍ ମେହେରକୁ ନେଇ କ୍ରାଇମ୍ବ୍ରାୋଞ୍ଚ ପୁଲିସ ରାୟପୁର ଯାଇଥିଲା। ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଯାଇଥିବା ପୁଲିସ୍‍ ଟିମ୍‍ ସେଠାରେ ଘଟଣା ସମ୍ପର୍କରେ ବଳିଷ୍ଠ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ। ପୁଞ୍ଜିଲାଲ୍ଙ୍କୁ କ୍ରାଇମ୍‍ ବ୍ରାଞ୍ଚ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲେ ମଧ୍ୟ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିପାରିନଥିଲା। ତେଣୁ ରାୟପୁରରେ ପୁଞ୍ଜିଲାଲ୍‍ କେଉଁଠାରୁ କେଉଁ ରାସ୍ତାରେ କୋରିୟର ସଂସ୍ଥାକୁ ଯାଇଥିଲା ସେ ସମ୍ପର୍କରେ ଡେମୋ ଦେଖାଇବାକୁ ପୁଲିସ କହିଥିଲା। ମେହେରପଡ଼ା ସ୍ଥିତ ପୁଞ୍ଜିଲାଲର୍‍ ଭଡ଼ା ଘରକୁ ଯାଇ ତାଙ୍କ ମା’ ଓ ସ୍ତ୍ରୀଙ୍କୁ ପୁଲିସ୍‍ ପଚରାଉଚରା କରିଥିଲା।

Related posts

କ୍ରାଇମବ୍ରାଞ୍ଚ ଆଇ ମା’ କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି : ଜୟ ନାରାୟଣ ମିଶ୍ର

mahabharatanews

ବିଜେପି ଛାଡି BRSରେ ଯୋଗଦେବେ କି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ?

mahabharatanews

ଯୁବକଙ୍କୁ ଟାଣି ନେଲା କୁମ୍ଭୀର

mahabharatanews