ଭୁବନେଶ୍ୱର : ଖର୍ଚ୍ଚ ଦାବି ଆଲୋଚନା ବେଳେ କିଛି ଏଭଳି ବିବୃତି ଦେଲେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ସେ କହିଛନ୍ତି . . ଝାରସୁଗୁଡା ପାଲଟିଛି କ୍ରାଇମ ସେଣ୍ଟର । ନବ ଦାସ ଙ୍କ ହତ୍ୟାକାଣ୍ଡ ର କାରଣ ବର୍ତ୍ତମାନ ସୁଦ୍ଧା ବି ଜଣା ପଡ଼ିଲାନି । ଓଡିଶା ପୋଲିସ ଗୋପାଳ କୁ ପାଗଳ ସଜେଇବା ପାଇଁ ଏତେ ବ୍ୟସ୍ତ କାହିଁକି । ନବ ଦାସ ସେଠି ମୃତ୍ୟୁ ବରଣ କରିଥିଲେ ତା ପରେ ଏତେ ନାଟକ କରିବା କଣ ଦରକାର ଥିଲା । ଯେଉଁଟା ଡ଼ିଫେନ୍ସ ଲୟର କୁ କୋର୍ଟ କୁ ସୁବିଧା ହେବ । କ୍ରାଇମବ୍ରାଞ୍ଚ ଆଇ ମା କାହାଣୀ କହିଲା ଭଳି ଅନେକ ଷ୍ଟୋରୀ କହୁଛି । କେତେ ଦିନ ଭିତରେ ନବ ଦାସ ହତ୍ୟାକାଣ୍ଡର କାରଣ ଜଣା ପଡିବ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ। ଆପଣ ୫-ଞ କଥା କହୁଛନ୍ତି ତେଣୁ ଆମକୁ ସମୟ ଦିଅନ୍ତୁ କେତେ ଦିନ ଭିତରେ ତଦନ୍ତ ଶେଷ ହେବ। ଏହା ସହ ମମିତା ମେହେର, ମାହାଙ୍ଗା ଡବଲ ମର୍ଡର, ତିର୍ତ୍ତୋଲ ବିଧାୟକ ଜଣେ ଝିଅଙ୍କୁ ପ୍ରତାରଣା କରିବା କେସ କାହିଁକି ରଖା ଗଲା ନାହିଁ ଗୃହରେ ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି କହିଲେ ବିରୋଧୀ ଦଳ ନେତା ।
ଓଡିଶା ପୋଲିସ କୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ପୋଲିସର ଆଉ ନିରପେକ୍ଷତା ନାହିଁ । ବୁଥ କ୍ୟାପଚର କରିବା , ଶାସକ ଦଳ ପାଇଁ ଭୋଟ ଯୋଗାଡ଼ କରିବା ଭଳି କାମ କରୁଛି ପୋଲିସ । ପୋଲିସ କମାଣ୍ଡ ବ୍ୟବସ୍ଥା ଠିକ ନାହିଁ । କେହି କାହା କଥା ଶୁଣୁ ନାହାନ୍ତି । ଶୃଙ୍ଖଳା ନାହିଁ । ଭିଜିଲାନ୍ସ କେସ ଗୁଡିକ ବର୍ଷ ବର୍ଷ ଧରି ପଡି ରହିଛି । ଦୁଇ ବର୍ଷ ରୁ ଅଧିକ ସମୟ ଧରି କେତେ କେସ ପଡି ରହିଛି ମୁଖ୍ୟମନ୍ତ୍ରୀ ଗୃହରେ କୁହନ୍ତୁ । ଓକିଲ ମାନଙ୍କ ଉପରେ ଅତ୍ୟାଚାର କଲା ପୋଲିସ। ସେହିଭଳି ଆନ୍ଦୋଳନ କରୁଥିବା ଯୁବ ମୋର୍ଚ୍ଚା କର୍ମୀଙ୍କ ଉପରେ ପୋଲିସ ଅତ୍ୟାଚାର କରିବା କେତେଦୂର ଯୁକ୍ତି ଯୁକ୍ତ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟ କରିବେ ବୋଲି ମୋର ଆଶା ।
ଗୋଟିଏ ସରକାରର ପ୍ରାଥମିକ ଦାୟିତ୍ବ ଧନ ଜୀବନ ରକ୍ଷା କରିବା । ଜାତୀୟ ହାରରେ ୪.୩ ଗୃହ ବିଭାଗ ପାଇଁ ଖର୍ଚ୍ଚ ହେଉଥିବା ବେଳେ ଓଡ଼ିଶାରେ ଏହା ୨.୧ ପ୍ରତିଶତ । ପୋଲିସ ସଙ୍ଘ ମୋତେ ସମାଲୋଚନା କଲା ବେଳେ କହିଥିଲା କିନ୍ତୁ ପ୍ରଶ୍ନ ସେମାନେ ୨୪ ଘଣ୍ଟା କାହିଁକି ଡ୍ୟୁଟି କରୁଛନ୍ତି । ପୋଲିସ ଏନକାଉଣ୍ଟରରେ କେତେ ଲୋକ ମଲେ ତାହା ଶ୍ୱତ ପତ୍ର ରେ ନାହିଁ । ପୋଲିସ ଆଧୁନିକ କରଣରେ ୨୦୨୦-୨୧ ରେ ଟଙ୍କା ଟେ ବି ଖର୍ଚ୍ଚ ହୋଇନି ।
୨୦୦୩ ଶ୍ୟାମ ସୁନ୍ଦର କେଡ଼ିଆ ଙ୍କୁ ତାଙ୍କ ଘର ସାମ୍ନା ରେ କାନ୍ତା ଦାସ ହତ୍ୟା କଲେ । କାନ୍ତା ଦାସ ଙ୍କୁ କୋର୍ଟ ଗଲା ବେଳେ ମାରି ଦିଆଗଲା । ଆଉ ତାଙ୍କୁ ଯିଏ ମାରିଲା ତାଙ୍କୁ ପୋଲିସ ଏନକାଉଣ୍ଟର କରି ମାରିଦେଲା । କିନ୍ତୁ ଘଟଣା ର କାରଣ ସାମ୍ନା କୁ ଆସିଲା ନାହିଁ ।