Uncategorized

ପୁଡୁଚେରୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଧାୟକଙ୍କ ମେଳି

ପୁଡୁଚେରୀ: ପୁଡୁଚେରୀର ମୁଖ୍ୟମନ୍ତ୍ରୀ ନରାୟଣସାମୀଙ୍କ ବିରୋଧରେ ତାଙ୍କ ଦଳର ବିଧାୟକ ଏମ ଧନାବେଲୁ ଏକ ମୋର୍ଚ୍ଚା ଖୋଲିଛନ୍ତି । ବିଧାୟକ ସୋମବାର କେନ୍ଦ୍ର ଶାସିତ ପ୍ରଦେଶର ଉପରାଜ୍ୟପାଳ କିରଣ ବେଦୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନାମରେ ଅଭିଯୋଗ କରିଛନ୍ତି । ସେହିପରି କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷ।।ତ କରି ଅଭିଯୋଗ କରିଛନ୍ତି ।

ଏମ ଧନାବେଲୁ କରିଣଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ମୋର ନିର୍ବାଚନ କ୍ଷେତ୍ରରେ କଲ୍ୟାଣକାରୀ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରୁଛନ୍ତି । ଅଧିକାରୀଙ୍କୁ ବିକାଶମୂଳକ କାର୍ଯ୍ୟ ନ କରିବାକୁ ନିର୍ଦ୍ଦେଶ ଦେଇଥିବା ମଧ୍ୟ ସେ ଜଣାଇଛନ୍ତି । ସେ ରାଜ୍ୟପାଳଙ୍କୁ ଆହୁରି ଜଣାଇଛନ୍ତି କି, ସେ ଏହି ଭ୍ରଷ୍ଟ ସରକାର ବିରୋଧରେ ପ୍ରମାଣ ଯୋଗାଡ କରୁଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀଙ୍କ ସହ ମିଶି ଭ୍ରଷ୍ଟାଚାର କରୁଛନ୍ତି । ତେଣୁ ଅନେକ ବିଧାୟକ ତ।।ଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଥିଲେ । ଅପରପକ୍ଷରେ ମଙ୍ଗଳପାର ଦିନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନରାୟଣସାମୀ ଗୃହମନ୍ତ୍ରୀଙ୍କୁ ଭେଟିଛନ୍ତି । ସାମୀ ଗୃହମନ୍ତ୍ରୀଙ୍କୁ କେନ୍ଦ୍ରୀୟ ଆର୍ଥିକ ସହାୟତା, ପୂର୍ବତନ ସରକାରର ଋଣ ମାଫ, ସପ୍ତମ କେନ୍ଦ୍ରୀୟ ବେତନ କମିଶନଙ୍କ ଏରିୟର ଜାରି କରିବାକୁ ତଥା ପୁଡୁଚେରୀକୁ ସ୍ୱତନ୍ତ୍ର ଦର୍ଜା ଦେବାକୁ ଅନୁରୋଧ କରିଛନ୍ତି ।

Related posts

ନର୍କ ଗୁମ୍ପା

mahabharatanews

କ୍ୟାନସରରୁ ରକ୍ଷା କରିଥାଏ କଞ୍ଚାଲଙ୍କା

mahabharatanews

ସିଏଏକୁ ନେଇ ଅମିତ ଶାହାଙ୍କୁ ଜେଡିୟୁ ଉପାଧ୍ୟକ୍ଷଙ୍କ ଚ୍ୟାଲେଞ୍ଜ

mahabharatanews