ଓଡିଶା

ପୁଣି ଏକ ବାତ୍ୟାର ପୂର୍ବାନୁମାନ

ଭୁବନେଶ୍ୱର: ପୁଣି ଏକ ବାତ୍ୟା ଆଶଙ୍କା । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି)ର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଲେ । ମହାପାତ୍ରଙ୍କୁ ଆସନ୍ତା ୩୦ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଡିସେମ୍ବର ୨ ତାରିଖ ବେଳକୁ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ଡିସେମ୍ବର ୩ରୁ ବର୍ଷା ହୋଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଓଡ଼ିଶାର କେଉଁ ଜିଲ୍ଲାରେ ଓ କେଉଁ ଅଞ୍ଚଳରେ ଅଧିକ ବର୍ଷା ହେବ ସେନେଇ ପୂର୍ବାନୁମାନ କରାଯାଇ ପାରିବ ବୋଲି ଆଇଏମ୍ଡି ଡିଜି କହିଛନ୍ତି।
ସେ ଆହୁରି କହିଛନ୍ତି, ଏହି ଲଘୁଚାପ କ୍ଷେତ୍ରଟି ବାତ୍ୟାର ରୂପ ନେଇପାରେ। ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବା ପରେ ବାତ୍ୟା ସମ୍ଭାବନା ସ୍ପଷ୍ଟ ହେବ। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁଠି ପ୍ରଭାବ ପଡ଼ିବ ତାହା ଏବେ କହି ହେବ ନାହିଁ। ଏହି ଲଘୁଚାପ କ୍ଷେତ୍ର ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୨ ପର୍ୟ୍ୟନ୍ତ ଆଣ୍ଡାମାନ ସାଗର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଶାନ୍ତ ରହିବ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କି.ମି. ରହିବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗରକୁ ଆସିବ । ଡିସେମ୍ବର ୨ରୁ ୫ ତାରିଖ ପର୍ୟ୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟସ୍ଥ ଉତ୍ତର ବଙ୍ଗୋପସାଗର, ଆନ୍ଧ୍ର ଉପକୂଳ ଏବଂ ଓଡ଼ିଶା ଉପକୂଳ ନିକଟସ୍ଥ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀଙ୍କୁ ଏହି ସମୟରେ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

 

Related posts

୨ ଦିନର ସଂଘର୍ଷ ପରେ ଆଖି ବୁଜିଲେ ଉନ୍ନାଓ ପିଡିତା

mahabharatanews

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ୭୪ତମ ଏନସିସି ଦିବସ ପାଳିତ

mahabharatanews

ତିନି ଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

mahabharatanews