ଓଡିଶା

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ରେ ୭୪ତମ ଏନସିସି ଦିବସ ପାଳିତ

କେନ୍ଦୁଝର: ଦେଶ ବ୍ୟାପି ୭୪ତମ ଜାତୀୟ ସମର ଶିକ୍ଷାର୍ଥି ଦିବସ ପାଳିତ ହେଉଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ମଧ୍ୟ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦାନ କରି ମହାବିଦ୍ୟାଳୟ ପ୍ରତିଷ୍ଠାଦାତା ବିଦ୍ୟାଧର ଦାଶ ଏନ.ସି.ସି ପତାକା ଉତ୍ତୋଳନ କରିଥିଲେ । ଏହି ଅବସରେ ମହାବିଦ୍ୟାଳୟ ଅଧକ୍ଷ ଜୟନ୍ତ ଦ୍ଵିବେଦୀ,ପାଟଣା ଥାନା ଅତିରିକ୍ତ ଅଧିକାରୀ ଶ୍ରୀ ନୂଆସ୍ ଲୁଗୁନ,କ୍ରୀଡାଶିକ୍ଷକ ଲେଫ୍ଟନାଣ୍ଟ ଧମ୍ରେନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତି ରହି ମହାବିଦ୍ୟାଳୟ ଏନ.ସି.ସି କ୍ୟାଡ଼ର ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ । ଦକ୍ଷ କ୍ୟାଡ଼ର ମାନଙ୍କୁ ଅତିଥି ଗଣଙ୍କ ଦ୍ୱାରା ମ୍ୟାଡେଲ ସହ ମାନପତ୍ର ପ୍ରଦାନ କରାଯାଇ ଥିଲା । ଏଥିରେ ୭୫ଜଣ ରୁ ଉର୍ଦ୍ଧ କ୍ୟାଡ଼ର ଉପସ୍ଥିତ ଥିଲେ।

Related posts

ହିଞ୍ଜିଳିକାଟୁ କାଳୁଆ ଯାତ୍ରା ଉଦଯାପନୀ ଉତ୍ସବରେ ଉତ୍ତେଜନା

mahabharatanews

ଓଡିଆ ଘରର ଠାଣୀ, ଓଡିଆ ଘରର କାହାଣୀ, ଓଡିଆଙ୍କୁ ପସନ୍ଦ ମାଛ ତରକାରୀ

mahabharatanews

ପରିକ୍ରମା ପ୍ରକଳ୍ପ ପାଇଁ ଜମି ଦାନ କରିଥିବା କ୍ଷତିଗ୍ରସ୍ତ ଦୋକାନୀଙ୍କୁ ମିଳିବ ଦୋକାନ

mahabharatanews