ଓଡିଶା

ପୁତୁରାର ଟାଙ୍ଗିଆ ଚୋଟରେ ମାଉସୀ ମୃତ

(ମହାଭାରତ, ବରିପଦା): ମୟୁରଭଞ୍ଜ ଜିଲ୍ଲା ବହଳତା ଥାନା ଅନ୍ତର୍ଗତ ତଳଡିହା ଗାଁରେ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ବ୍ୟକ୍ତି ନିଜ ମାଉସୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତା ମହିଳା ଜଣକ ଜାଉମୀ ନାଏକ ବୋଲି ଜଣାପଡିଛି । ପୋଲିସ ଅଭିଯୁକ୍ତ ପୁତୁରା କାନ୍ତା ନାଏକଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ବୁଧବାର କୌଣସି କଥାକୁ ନେଇ ମାଉସୀ ଓ ପୁତୁରା ମଧ୍ୟରେ ବଚସା ହୋଇଥିଲା । ଏଥିରେ କାନ୍ତା ଉତକ୍ଷିପ୍ତ ହୋଇଥିଲେ । ରାତିରେ ସମସ୍ତେ ଶୋଇଥିବା ବେଳେ ଘରୁ ଏକ ଟାଙ୍ଗିଆ ଆଣି ପୁତୁରା ନିଜ ମାଉସୀଙ୍କୁ ହାଣି ହତ୍ୟା କରିଥିଲା । ଏହାପରେ ମଧ୍ୟ ରାଗ ଶାନ୍ତ ହୋଇନଥିଲା । ଏଣୁ ପରେ ଏକ ପଥର ଆଣି ପୁତୁରା ଜଣକ ଉକ୍ତ ମହିଳାଙ୍କ ମୁହଁକୁ ଛେଚି ବିକୃତ କରିଦେଇଥିଲା । ତେବେ କାହାକୁ ଏବିଷୟରେ ନଜଣାଇବା ପାଇଁ ନିଜ ସମ୍ପର୍କିୟମାନଙ୍କୁ ବ୍ୟକ୍ତି ଜଣକ ଧମକ ଦେଇଥିଲେ । ତେବେ ହତ୍ୟାକାଣ୍ଡ ବିଷୟରେ ଖବର ପାଇ ପରଦିନ ସକାଳେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି । ଏହାସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Related posts

ଭଲିବଲ ଖେଳକୁ ନେଇ ଦୁଇ ଛାତ୍ରାବାସର ଅନ୍ତେବାସୀଙ୍କ ମଧ୍ୟରେ ଉତ୍ତେଜନା

mahabharatanews

ଆସନ୍ତାକାଲି ଶପଥ ନେବେ ନୂଆ ମନ୍ତ୍ରୀ

mahabharatanews

 ଆଜିଠୁ ଓଜେଇଇ ପରୀକ୍ଷା

mahabharatanews