ଭୁବନେଶ୍ୱର/ ଶିଳାସ୍ମିତା ରାୟ: ରାଜଧାନୀର ବିଭିନ୍ନ ଥାନାରେ ବହୁ ବର୍ଷ ଧରି ଅନେକ କେସ ପଡିରହିଛି । ଏହି କେସ ଗୁଡିକର ତୁରନ୍ତ ସମାଧାନ ପାଇଁ ଅଣ୍ଟା ଭିଡିଛନ୍ତି ଭୁବନେଶ୍ୱରର ନୂତନ ଡିସିପି ଡ ଉମାଶଙ୍କର ଦାସ । ବିଶେଷ କରି ପୂର୍ବରୁ ପଡିରହିଥିବା ହତ୍ୟା ଏବଂ ଡକାୟତି ଭଳି ମାମଲା ରିଓପନ ହେବା ସହିତ ଏହାର ପର୍ଦ୍ଦାଫସ ହେବ । ପ୍ରଭାବଶାଳୀ ଭାବେ ଷ୍ଟ୍ରିମଲାଇନ ପ୍ରକ୍ରିୟାରେ ଏହି କେସ ଗୁଡିକର ତଦନ୍ତ କରାଯିବ। ଏପରିକି ତଦନ୍ତ ପ୍ରକ୍ରିୟାକୁ ସଠିକ ଢଙ୍ଗରେ କିପରି କରାଯିବ ତାକୁ ଗୁରୁତ୍ବ ଦିଆଯିବ ବୋଲି ଡିସିପି ପ୍ରକାଶ କରିଛନ୍ତି ।
ଅପରାଧ ଓ ଅପରାଧୀଙ୍କ ଉପରେ ତାଙ୍କର ନଜର ରହିବା ସହ ସହରବାସୀଙ୍କ ଅଭିଯୋଗର ତ୍ବରିତ ସମାଧାନ ଉପରେ ଫୋକସ ଦିଆଯିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଆଇନଶୃଙ୍ଖଳା ରକ୍ଷା ଓ ଅପରାଧିକ କାର୍ୟ୍ୟକଳାପ ନିୟନ୍ତ୍ରଣ ସହ କୋରୋନା ମୁକାବିଲା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ । ଏହା ସହ ମହାମାରୀ ସମୟରେ ସହରବାସୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ନୂତନ ଦାୟିତ୍ବ ନେଇଥିବା ୨୦୦୮ ବ୍ୟାଚର ଆଇପିଏସ ଡ଼. ଉମାଶଙ୍କର ଦାସ ।
previous post
next post