ଓଡିଶା

ବୁଦା ମୁଳରୁ ଉଦ୍ଧାର ହେଲା ଦୁଇ ଭାଇଙ୍କ ମୃତ ଦେହ

(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ହିଂଜିଳି କାଟୁ ଥାନା ଅନ୍ତର୍ଗତ ସିଙ୍ଗିପୁରୁ ଗାଁ ରେ ବୁଦା ମୁଳରୁ ଦୁଇ ଭାଇଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଉକ୍ତ ଦୁଇ ଭାଇ ହେଲେ ରମେଶ ମୁନି ଓ ମଗୁଳୁ ମୁନି । ସୂଚନା ମୁତାବକ ହିଂଜିଳି କାଟୁ ଥାନା ଅନ୍ତର୍ଗତ ସିଙ୍ଗିପୁରୁ ଗ୍ରାମର ଉକ୍ତ ଦୁଇ ଭାଇ ଗତ କାଲି ରାତ୍ର ୯ଟା ସମୟରେ ବିଲକୁ ପାଣି ମଡାଇଵା ପାଇଁ ଯାଇଥିଲେ । କାଲି ରାତିରୁ ଯାଇ ସକାଳ ଯାଏଁ ଘରକୁ ନ ଫେରିବାରୁ ପରିବାର ଲୋକେ ଵିଲକୁ ଯାଇ ଖୋଜା ଖୋଜି କରିଥିଲେ । ଏହା ପରେ ମଙ୍ଗୁଳୁ ମୁନିର ମୃତ ଦେହ ଏକ ବୁଦା ଭିତରୁ ମିଳିଥିଲା । ଏହା ପରେ ଘର ଲୋକ ହିଂଜିଳି ଥାନାକୁ ଜଣାଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଁଚି ଅନ୍ୟ ଜାଗାରେ ଖୋଜା ଖୋଜି କରିଥିଲା । ଏହା ପରେ ରମେଶ ମୁନିଙ୍କ ମୃତ ଦେହ ଆଉ ଗୋଟିଏ ବୁଦା ମୁଳରେ ପଡିଥିବା ଦେଖିବାକୁ ପାଇଥିଲେ । ତାପରେ ଦୁଇ ଭାଇଙ୍କ ମୃତ ଦେହକୁ ପୋଲିସ୍ ଉଦ୍ଧାର କରିଥିଲା । ତେବେ ବାରହା ମାରିବା ପାଇଁ ବିଛା ଯାଇଥିବା ତାର ରେ ଲାଗି ମରିଥିବାର ଅନୁମାନ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏହା ପରେ ବିଲରେ ବିଛାଇଥିବା ତାର ମାଲିକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏଥିସହ ତଦନ୍ତ ଜାରି ରଖିଛି ।

Related posts

ମିଳିଲାନି ଦରମା, କାମ ବନ୍ଦ କରି ବିକ୍ଷୋଭ କଲେ ସଫେଇ କର୍ମଚାରୀ

mahabharatanews

କେନ୍ଦ୍ରାପଡ଼ାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନକୁଳ ଚନ୍ଦ୍ର ଦାସଙ୍କୁ ସ୍ୱର୍ଗଦ୍ୱାରରେ ଗାଡ୍ ଅଫ ଅନର୍

mahabharatanews

ଅଭିଜିତଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

mahabharatanews