ଅପରାଧ

ପୁଲିସ- ଜନତା ଖଣ୍ଡ ଯୁଦ୍ଧ

କଟକ: ନରସିଂହପୁର ଥାନା ପରିସରରେ ତୁମୁଳକାଣ୍ଡ । ଥାନା ପରିସର କିଛି ମିନିଟରେ ପାଲଟିଗଲା ରଣକ୍ଷେତ୍ର। ପୁଲିସ ଜନତା ଖଣ୍ଡ ଯୁଦ୍ଧରେ ଥାନା ପରିସରରେ ରକ୍ତପାତ । ଏଥିରେ ୪ ଜଣ ଆହତ । ୩ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ଜନତା ଏହି ହାତାହାତିରେ ଆହତ ହୋଇଛନ୍ତି । ଏକ ଧାରଣା ବେଳେ ଏହି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ରତାପାଟର ୩ ଜଣଙ୍କୁ ପୁଲିସ ଅଟକ ରଖିବାକୁ ନେଇ ଏହି ରକ୍ତପାତ ଘଟିଛି ।
ନରସିଂହପୁରରେ ବିଜେପି ପକ୍ଷରୁ ଧାରଣା ଚାଲିଥିଲା। ନରସିଂହପୁର ଥାନା ଗେଟରେ ତାଲା ପକାଇ ଧାରଣକାରୀ ନାରାବାଜି ଦେଇଥିଲେ । ଏହାକୁ ପୁଲିସ କର୍ମଚାରୀ ବିରୋଧ କରିବା ସହ ସେଠାରୁ ବିଜେପି କର୍ମୀଙ୍କୁ ଘଉଡାଇବାକୁ ଚେଷ୍ଟା କରାଯାଇଥିଲା । ଫଳରେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଅଣାୟତ ହେବା ଦେଖି ପୋଲିସ ଧାରଣାକାରୀଙ୍କ ଉପରେ ଲାଠି ମାଡ କରିଥିଲା । ଏହା ପରେ ଲୋକଙ୍କ ତରଫରୁ ଇଟା ପଥର ମାଡ ହୋଇଥିଲା । ଫଳରେ ୪ ଜଣ ଅ।।ହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Related posts

ଅଶ୍ଲୀଳ ଭିଡିଓ ଭାଇରାଲ ଧମକ ଦେଇ ଯୁବକ ଗିରଫ

mahabharatanews

ସାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣିଲା ସ୍ୱାମୀ

mahabharatanews

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ, ହତ୍ୟା ଅଭିଯୋଗ

mahabharatanews