ଅପରାଧଓଡିଶା

ସଫେଇନାଳରୁ ଯୁବତୀଙ୍କ ଗଳିତ ମୃତଦେହ ଜବତ, ହତ୍ୟା ଅଭିଯୋଗ

(ମହାଭାରତ, ପିପିଲି): ପିପିଲି ଥାନା ଅନ୍ତର୍ଗତ ଠଣଠଣା ଓ ସୋଲଣା ଗାଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ତେଇସିପୁର-ନଡାଖଣ୍ଡ ସଫେଇ ନାଳରୁ ଗୁରୁବାର ପୋଲିସ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଛି । ତେବେ ପାରିପାଶ୍ୱର୍ିକ ଅବସ୍ଥାରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ ପ୍ରକାଶ ପାଇଥିବା ବେଳେ ମୃତଦେହର ବ୍ୟବଚ୍ଛେଦ ପାଇଁ ପୋଲିସ ପୁରୀ ପଠାଇ ଘଟଣାର ତଦନ୍ତ ଚଳାଇଛି । ସୂଚନା ଅନୁଯାୟୀ, କିଛି ଲୋକ ଦଳଭର୍ତ୍ତି ପାଣି ଭିତରୁ ମାଛ ଧରିବାକୁ ଯାଇଥିବା ବେଳେ ଯୁବତୀଙ୍କ ଗଳିତ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ପାଇଥିଲେ । ଖବରଟି ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଶହ ଶହ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ପିିପିଲି ଆଇଆଇସି ଶରତ କୁମାର ସାହୁ, ଏସଆଇ ସଂଘମିତ୍ରା ଚାନ୍ଦ, ସାତସଙ୍ଖ ଥାନାଧିକାରୀ ନାରାୟଣ ବେହେରା ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ମୃତଦେହକୁ ପାଣି ଭିତରୁ ଜବତ କରିଥିଲେ । ସାଲୱାର ପଞ୍ଜାବୀ ପିନ୍ଧିଥିବା ଉକ୍ତ ଯୁବତୀଙ୍କ ଶବଟି ସମ୍ପୁର୍ଣ୍ଣ ଭାବେ ପଚି ଯାଇଥିବା ବେଳେ ଶବର ନିକଟରେ ପଡିଥିବା ଏକ ବ୍ୟାଗରୁ ତାଙ୍କର ଆଧାର କାର୍ଡ ମିଳିଛି । ଏଥିରୁ ତାଙ୍କ ନାମ ମମତା ଭୋଇ ସେ ଭୁବନେଶ୍ୱର ବରଗଡ ବ୍ରିଟ୍ କଲୋନୀର ବାସିନ୍ଦା ବୋଲି ଜଣାପଡିଛି । ଗତ ୨୨ ତାରିଖରୁ ମୃତା ଯୁବତୀ ଜଣକ ଘରୁ ନିେଖୋଜ ଥିବା ତାଙ୍କୁ କିଛି ଯୁବକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ।

Related posts

ଆଜି ପବିତ୍ର ଗଣେଶ ଚତୁର୍ଥୀ, ଉତ୍ସବ ମୁଖର ଗାଁରୁ ସହର

mahabharatanews

ପ୍ରଧାନ ଶିକ୍ଷୟତ୍ରୀ ରୂପେ ମୂଖ୍ୟମନ୍ତ୍ରୀଙ୍କଠାରୁ କାର୍ଯ୍ୟଭାର ଗ୍ରହଣ କଲେ ସ୍ଵାଧିନା ମଞ୍ଜରୀ ବେହେରା

mahabharatanews

ବରିଷ୍ଠ ନାଗରିକଙ୍କ ପାଇଁ ଓଡିଶା ହାଇକୋର୍ଟଙ୍କ ଐତିହାସିକ ରାୟ

mahabharatanews