(ଜଳେଶ୍ୱର/ଅଜିତ ସାହୁ): ବିଲରେ ଧାନ କଟା କୁ କେନ୍ଦ୍ର କରି ପଡୋଶୀ ଙ୍କ ଆକ୍ରମଣ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏମିତି ଏକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପହଣା ଗ୍ରାମରେ ।
ସୂଚନା ଅନୁଯାୟୀ ସିଂଲା ଥାନା ଅନ୍ତର୍ଗତ ପହଣା ଗ୍ରାମର ଗୌରାଙ୍ଗ ସୁର ନାମକ ଜଣେ ବୃଦ୍ଧ ନିଜ ବିଲରେ ଧାନକଟା ମେସିନ ସାହାଯ୍ୟରେ ଧାନ କାଟୁଥିଲେ । ଏହି ସମୟରେ ପୂର୍ବ ଶତୃତା କୁ କେନ୍ଦ୍ର କରି ଗ୍ରାମର କିଛି ଲୋକ ତାଙ୍କର ଅମଳ ହୋଇ ପଡିଥିବା ଧାନ କୁ ଫୋପାଡି ଦେବା ସହ ଧାନ ଉପରେ ମାଡି ଯାଇ ଧାନ ସବୁ ନଷ୍ଟ କରି ଦେଇଥିଲେ। ଗୌରାଙ୍ଗ ଏହାର ପ୍ରତିବାଦ କରିବାରୁ ସେମାନଙ୍କ ସହିତ ବଚାସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ଗୌରାଙ୍ଗ ଙ୍କୁ ନିସ୍ତୁକ ମାଡ ମାରି ଗୁରୁତର ଅବସ୍ଥା ରେ ବିଲ ରେ ଛାଡି ପଳାଇ ଯାଇଥିଲେ । ଫଳରେ ଗୌରାଙ୍ଗ ଗୁରୁତର ଅବସ୍ଥାରେ ସେଠାରେ ପଡି ଚିତ୍କାର କରିଥିଲେ । ତାଙ୍କ ଚିକ୍ରାର ଶୁଣି ପାଖ ବିଲରେ କାମ କରୁଥିବା ତାଙ୍କ ଭାଇ ଶ୍ୟାମସୁନ୍ଦର ତାଙ୍କୁ ଗୁରୁତର ଅବସ୍ଥା ରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଗୌରାଙ୍ଗ ଅତ୍ୟନ୍ତ ଗରୀବ ପରିବାରର ହୋଇଥିବା ବେଳେ ତାଙ୍କ ଦୁଇ ପୁଅ ମଧ୍ୟରୁ ଜଣେ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ଏବଂ ଅନ୍ୟ ଜଣେ କାମ କରିବାକୁ ଗୁଜୁରାଟ ଯାଇଥିବା ବେଳେ ଲକଡାଉନ କଟକଣା ପାଇଁ ଗୁଜୁରାଟ ରେ ଫସି ରହିଛିନ୍ତି । ଏନେଇ ଗୌରାଙ୍ଗଙ୍କ ପରିବାର ଲୋକ ସିଂଲା ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗୌରଙ୍ଗଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରାକାରୀ ସହାୟତା ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।
