ଅପରାଧ

ପେଟରେ ସୁନା ପୁରାଇ ନେଉଥିବା ବେଳେ ଚୋର ଗିରଫ

ଇମ୍ପାଲ୍: ଜଣେ ବ୍ୟକ୍ତିଙ୍କ ପୁଟରୁ ବାହାରିଲା ୯୦୦ ଗ୍ରାମର ସୁନା । ତେବେ ଏହି ସୁନା ବାହାରିଛି । ପେଟରେ ସୁନା ପୁରାଇ ନେଉଥିବା ବେଳେ ଧରିଲା ଏୟାରପୋର୍ଟରେ ସିଏସଏଫ ଓ କଷ୍ଟମ ଅଫିସର ଚୋରକୁ କାବୁ କରି ନେଇଛି । ଏକ୍ସରୁ ପେଟରେ ସୁନା ଥିବା ଜଣାପଡିଥିଲା । ଇମ୍ଫାଲ ବିମାନବନ୍ଦରରେ ସିଏସଏଫ ଏବଂ କଷ୍ଟମର ବରିଷ୍ଠ ଅଫିସର ଚୋରକୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିର ନାମ ମହମ୍ମଦ ସରିଫ । କେରଳର ବାସିନ୍ଦା । ଚୋର ଠାରୁ ୯୦୦ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ସୁନା ଜବତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୪୨ ଲକ୍ଷରୁ ଅଧିକ।
ମହମ୍ମଦର ଘର କେରଳ ରାଜ୍ୟ କୋଝିକୋଡେ ଅଞ୍ଚଳରେ । ସେ ଅପରାହ୍ନରେ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରାକରିଥିଲା । ଏୟାରପୋର୍ଟରେ ତାଙ୍କୁ ଯାଞ୍ଚ କରାଯାଉଥିବା ବେଳେ ତାର ବ୍ୟବହାର ଓ ଉତ୍ତର ସନ୍ଦେହ ସୃଷ୍ଟିକରିଥିବା ଯ।।ଞ୍ଚ ଅଧିକାରୀଙ୍କ ମନରେ । ଏହା ପରେ ତାର ଏକ୍ସରେ କରାଯାଇଥିଲା । ଏକ୍ସରେ ରେ ତା ପେଟରେ ସୁନା ଥିବା ଜଣାପଡିଥିଲା । ଚାରୋଟି ପ୍ୟାକେଟ୍ରେ ସୁନା ରଖିଥିଲା । ୯୦୮.୬୮ ଗ୍ରାମର ସୁନା ତା ପେଟରୁ ବ।।ହାରିଛି ।

 

Related posts

ରାଗରେ ଅନ୍ଧହୋଇ ଗଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

mahabharatanews

ନାବାଳିକାର ସନ୍ତାନ ଜନ୍ମ ପରେ ପରିବାରକୁ ଗାଁ ଲୋକଙ୍କ ନିଆଁପାଣି ବାସନ୍ଦ

mahabharatanews

ମହିଳା ବ୍ୟବସାୟୀଙ୍କ ଠାରୁ ଟଙ୍କା ବ୍ୟାଗ ଲୁଟ

mahabharatanews