ଅପରାଧ

ବାପାର ଗୁଳିମାଡରେ ପୁଅ ମୃତ

ବାରଙ୍ଗ(ଆଦର୍ଶ ରାଉତ) : ବାରଙ୍ଗ ବେଣ୍ଟୁଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ବାପାର ଗୁଳିମାଡରେ ପୁଅର ମୃତ୍ୟ ହେଇଯାଇଛି । ତେବେ ବାରଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ବାପା ଫେରାର ଅଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛିକି ଏହି ଗୁଳିକାଣ୍ଡ ପଛରେ ପାରିବାରିକ କଳହ ରହିଛି ।
ସୂଚନା ଅନୁସାରେ, ଗତ କିଛିଦିନ ହେଲା ବାରଙ୍ଗ ଥାନା ବେଂଟୁଆ ଗାଁରେ ଏକ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ବିଶେଷ କରି ବାପ-ପୁଅ ମଧ୍ୟରେ ବିବାଦ ଲାଗି ରହିଥିଲା । ଆଜି ଅପରାହ୍ଣରେ ଉକ୍ତ ଘଟଣାକୁ ନେଇ ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ବାପା ପାଖରେ ରଖି ଥିବା ଏକ ଦେଶୀ ବନ୍ଧୁକରୁ ଗୁଳି ମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲା । ପୋଲିସ ପହଁଚି ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Related posts

ଏସଟିଏଫକୁ ବିରାଟ ସଫଳତା: ୧.୪୮କିଲୋ ବ୍ରାଉନ ଜବତ

mahabharatanews

ଶାଶୁ ଓ ଦେଢ଼ଶାଶୁ ଙ୍କ ନିର୍ଯ୍ୟାତନା ସହି ନପାରି ହାରିଲେ ଜୀବନ

mahabharatanews

ନିଷ୍ଠୁର ସାଜିଲେ ବାପା ମା

mahabharatanews