ଓଡିଶା

ପେପର ମିଲରେ ଶ୍ରମିକ ଅଶାନ୍ତି

(ମହାଭାରତ, ରାୟଗଡା): ରାୟଗଡା ଜେ. କେ ପେପର ମିଲ୍ରେ ଶ୍ରମିକ ଅଶାନ୍ତି ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଜଣେ ଶ୍ରମିକଙ୍କ ନିଲମ୍ବନ ପ୍ରତିବାଦରେ ବହୁ ସଂଖ୍ୟାରେ ଶ୍ରମିକ ଆଜି କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଫଳରେ କମ୍ପାନୀ କାମ ସାଂଘାତିକ ଭାବେ ପ୍ରଭାବିତ ହୋଇଛି । ଉଲ୍ଲେଖଯୋଗ୍ୟ, କାର୍ଯ୍ୟରେ ଅବହେଳାକୁ ନେଇ ଗତ ୧୩ ତାରିଖରେ ଜଣେ ଠିକା ଶ୍ରମିକକୁ କମ୍ପାନୀ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ । ଏହାର ପ୍ରତିବାଦ କରିବା ସହ ତାଙ୍କୁ ପୁନଃ ନିଯୁ୍କ୍ତି ଓ ବକେୟା ବୋନସ ଟଙ୍କା ପ୍ରଦାନ ଦାବିରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ୨ ନମ୍ବର ଗେଟ୍ ଆଗରେ ସେମାନେ ସକାଳ ୮ଟାରୁ ଧାରଣାରେ ବସିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

Related posts

ପ୍ରସିଦ୍ଧ ଦୁର୍ଗା ପୂଜା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ପ୍ରସ୍ତୁତି ବୈଠକ 

mahabharatanews

ରାଜ୍ୟରେ ପୁଣି ୪୯୫ ବଢିଲା କରୋନା ସଂକ୍ରମିତ

mahabharatanews

ଗୁରୁ ରାଜକିଶୋର ସାମନ୍ତରାୟଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

mahabharatanews