(ବାଙ୍କୀ) ; ଲଗାଣ ବର୍ଷା ଯୋଗୁଁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ସୃଷ୍ଟି ହୋଇଛି । ଥମିବାର ନା ନେଉନି ମହାନଦୀର ବନ୍ୟାଜଳ । ଗୁରୁବାର ବନ୍ୟା ଜଳ କମିଥିବା ବେଳେ ପୁଣି ଶୁକ୍ରବାର ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ପରେ ବାଙ୍କୀ ଘୋଡ଼ାବାର ନିକଟ ହୁଳୁହୁଳା ପୋଲ ଉପରେ ୨ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି ।ଫଳରେ ଲୋକମାନଙ୍କ ଯାତାୟତରେ ବଧା ଦେଖାଦେଇଛି । ତଳବସ୍ତ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ୪ ଫୁଟର ବନ୍ୟା ଜଳ ପ୍ରବାହିତ ହେବା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କମ ପାଣି ପ୍ରବାହିତ ହେବା ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଏହା ଉପରେ ପ୍ରଶାସନ ଦୃଷ୍ଟି ରଖିଛନ୍ତି। ଯଦି ଅଧିକ ପାଣି ପ୍ରବାହିତ ହୁଏ ତେବେ ଏହି ଦୁଇଟି ସ୍ଥାନରେ ଯଥାଶୀଘ୍ର ବୋଟ କିମ୍ବା ଡଙ୍ଗାର ବ୍ୟବସ୍ଥା କରାଯିବା ବୋଲି ସୂଚନା ମିଳିଛି । ସେପଟେ ବନ୍ୟା ଜଳରେ ଚାଷ ଜମି ବୁଡି ରହିଥିବାରୁ ଶହ ଶହ ଏକର ଧାନ ଫସଲ ନଷ୍ଟ ହେବାକୁ ବସିଲାଣି ବୋଲି ଚାଷୀଙ୍କ ଅଭିଯୋଗ । ଏନେଇ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।
