ଓଡିଶା

ପୋଲ ତଳକୁ ଖସି ଯବାନଙ୍କ ମୃତ୍ୟୁ

(ଗୋଲାପ ସାହୁ/କଳାହାଣ୍ଡି):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ- କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲରେ ତଳେ ପଡି ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ମୃତ ଯବାନ ଜଣକ ଗୋଳାମୁଣ୍ଡାର ବାସିନ୍ଦା ବିଶ୍ୱଜିତ ମଙ୍ଗରାଜ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଯବାନ ଜଣଙ୍କର ଜାରିଂ ସ୍ଥିତ ଆଇଆରବି କ୍ୟାମ୍ପରେ ପୋଷ୍ଟିଂ ହୋଇଥିଲା । ସେ ଗତକାଲି ନିଜ ଗାଁ ଗୋଲାମୁଣ୍ଡାକୁ ଯାଉଥିବା ସମୟରେ କେନ୍ଦୁପାଟି ନିକଟରେ ଏକ ପୋଲ ତଳେ ଭାରସାମ୍ୟ ହରାଇ ଗାଡିରୁ ପଡିଯାଇଥିଲେ । ରାତି ହୋଇଥିବାରୁ ଘଟଣା ବିଷୟରେ କେହି ଜାଣି ପାରିନଥିଲେ । ଆଜି ସକାଳେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜାଣି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଜୁନାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

Related posts

ଆଜି ପୁଣି ନିରାଶ ପାଠକ ବାପା ପୁଅ

mahabharatanews

ବିଜେପି ଛାଡିଲେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

mahabharatanews

ଜଳିଗଲା ବସ

mahabharatanews