Uncategorized

ବ୍ୟାଙ୍କିଂ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ ୨୦୨୦ ଜାରି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ବ୍ୟାଙ୍କିଂ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ ୨୦୨୦ ଜାରି କରିଛନ୍ତି। ଜମାକାରୀଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ଏହି ସଂଶୋଧିତ ଅଧ୍ୟାଦେଶ ପ୍ରସ୍ତୁତ ହୋଇଛି । ଏହି ଅଧ୍ୟାଦେଶରେ ସମବାୟ ବ୍ୟାଙ୍କଗୁଡ଼ିକ ପାଇଁ ରହିଥିବା ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନ ୧୯୪୯କୁ ସଂଶୋଧନ କରାଯାଇଛି। ଫଳରେ ଏଣିକି ଦେଶର ୧୪୮୨ଟି ସହରୀ ସମବାୟ ବ୍ୟାଙ୍କ ସମେତ ସମସ୍ତ ସରକାରୀ ବ୍ୟାଙ୍କଗୁଡିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ତଦାରଖ କ୍ଷମତା ଅଧୀନକୁ ଅଣାଯିବ।
ବ୍ୟାଙ୍କିଂ ନିୟନ୍ତ୍ରଣ ଆଇନର ସେକ୍ସନ ୪୫କୁ ମଧ୍ୟ ଏହି ଅଧ୍ୟାଦେଶରେ ସଂଶୋଧନ କରାଯାଇଛି । ଏହା ଦ୍ବାରା ଜନସାଧାରଣ, ଜମାକାରୀ ଏବଂ ବ୍ୟାଙ୍କିଂ ବ୍ୟବସ୍ଥାର ସ୍ୱାର୍ଥ ରକ୍ଷା ତଥା ଏହାର ଠିକ୍ ପରିଚାଳନା ସୁରକ୍ଷିତ ରଖିବା ପାଇଁ ଯେକୌଣସି ବ୍ୟାଙ୍କିଂ କମ୍ପାନୀର ପୁନଃନିର୍ମାଣ କିମ୍ବା ମିଶ୍ରଣ ଯୋଜନା ପ୍ରସ୍ତୁତ କରିହେବ। ତେବେ ଏହି ନିୟମ ରାଜ୍ୟ ସମବାୟ ଆଇନ ଅଧୀନରେ ଥିବା ସମବାୟ ସମିତିର ରାଜ୍ୟ ରେଜିଷ୍ଟ୍ରାରଙ୍କ କ୍ଷମତା ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହା ପ୍ରାଥମିକ କୃଷି କ୍ରେଡିଟ୍ ସୋସାଇଟି(ପ୍ୟାକ୍ସ) କିମ୍ବା ସମବାୟ ସମିତି ପାଇଁ ମଧ୍ୟ ପ୍ରଜୁର୍ୟ୍ୟ ନୁହେଁ।

Related posts

ଶରୀରକୁ ଫିଟ୍ ରଖିବାକୁ ପିଅନ୍ତୁ ଏହି ଚାହା

mahabharatanews

୩୧ ଯାଏ ଜେଏନୟୁରେ ପାଠପଢା ବନ୍ଦ

mahabharatanews

ଇଟାଲୀରୁ ସ୍ୱଦେଶ ଫେରିଲେ ୨୧୮ ଭାରତୀୟ

mahabharatanews