(ମହାଭାରତ, ମାଲକାନଗିରୀ): ମାଲକାନଗିରି ଜିଲ୍ଲାରେ ପୁଣି ଥରେ ମାଓବାଦୀଙ୍କ ବର୍ବରକାଣ୍ଡ ସାମ୍ନାକୁ ଆସିଛି । ମାଓବାଦୀମାନେ ନିଜର ଉପସ୍ଥିତି ଜାହିର କରିବା ଲାଗି ପ୍ରଜା କୋର୍ଟରେ ଏକ ଆଦିବାସୀ ପରିବାରକୁ ନିସ୍ତୁକ ମାଡ ମାରିଥିବା ସୂଚନା ମିଳିଛି । ଆଦିବାସୀ ଗଙ୍ଗା ମାଢିଙ୍କ ପରିବାର ମାଥିଲି ଥାନା ଅନ୍ତର୍ଗତ କଟୁଆପଦର ଗାଁରେ ବୋଲି ଜଣାପଡିଛି । ଏହି ଘଟଣା ପରେ ମାଓବାଦୀଙ୍କ ଭୟରେ ତାଙ୍କ ପରିବାର ଗାଁ ଛାଡି ଚାଲିଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ସମ୍ପୃକ୍ତ ପରିବାରକୁ ଏପରି ନିର୍ଯାତନା ଦେଇଛନ୍ତି । ପ୍ରଜା କୋର୍ଟ ବସାଇ ପରିବାର ଲୋକଙ୍କୁ ନିସ୍ତୁକ ମାଡ ମାରିବା ପରେ ଗାଁ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗାଁ ନଛାଡିଲେ ମୃତ୍ୟୁଦଣ୍ଡ ସୁନିଶ୍ଚିତ ବୋଲି କହିଥିଲେ । ଅପରପକ୍ଷେ ପୋଲିସକୁ ଏନେଇ ଖବର ଦେଲେ ନକ୍ସଲଙ୍କ ଆକ୍ରୋଶର ଶିକାର ହେବାକୁ ପଡିପାରେ ବୋଲି ସେମାନଙ୍କୁ ଧମକ ମଧ୍ୟ ଦିଆଯାଇଛି । ଫଳରେ ମାଓବାଦୀଙ୍କ ଭୟରେ ଏହି ପରିବାର ନିଜର ବିଲବାଡି, ଭିଟାମାଟି ଛାଡି ଧାକଡ ରାଶି ଗାଁରେ ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଛନ୍ତି । ତେବେ ଆଗକୁ କଣ କରିବେ, କିପରି ପରିବାର ସଦସ୍ୟଙ୍କ ମୁହଁରେ ଦାନା ଦେବେ ସେହି ଚିନ୍ତା ପରିବାରର ମୁଖିଆ ଗଙ୍ଗା ମାଢିଙ୍କୁ ଘାରିଛି ।
previous post