ଓଡିଶା

୮୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷକକ୍ଷ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା ।ସମୁଦ୍ରକୂଳ ଥାନା ଅଧୀନ, ୟୁଥ୍ ହଷ୍ଟେଲ ଛକ ନିକଟରେ ଥିବା ଫୁଡ୍ କୋର୍ଟ ସମ୍ମୁଖ ରାସ୍ତାରେ ଚଢ଼ାଉକରି ହରି ଚନ୍ଦନ ଦାସଙ୍କୁ ଗିରଫ କରି ତାଙ୍କ ଠାରୁ ୮୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଛନ୍ତି । ଏବଂ ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୫/୨୨-୨୩ ରୁଜୁ କରି କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କକ୍ଷରଗକ୍ଷରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୦୦,୦୦୦/-ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ରଙ୍କନିଧିମଲ୍ଲିକ,ନାରାୟଣବେହେରା ,ଇଝଓ ସନ୍ତୋଷ କୁମାର ନାୟକ,ମାନସ ମିଶ୍ର ,ପୁନଚନ୍ଦ୍ର ନାୟକ,ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ,ଅଭିଜିତ ପ୍ରଧାନ, ରୀତାରାଣୀ ସେଠୀ,ଦିପ୍ତିରଞ୍ଜନ ଦାସ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Related posts

ଆସନ୍ତାକାଲି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ମାଓବାଦୀଙ୍କ ସହ ଲଢ଼େଇ କରି ବାପାଙ୍କୁ ନୂଆ ଜୀବନ ଦେଲା ଝିଅ

mahabharatanews

ବଲାଙ୍ଗୀରରୁ ୨ କରୋନା ପଜିଟିଭ୍ ଚିହ୍ନଟ

mahabharatanews