ଓଡିଶା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଞ୍ଚକତା ନେଇ ପ୍ରତିବାଦ

ମହାଭାରତ, ଗୋପ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ନେଇ ଆଜି କଣାସରେ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟଳୟରେ ସାଧାରଣ ଜନସାଧାରଣଙ୍କୁ ନେଇ ପ୍ରତିବାଦ ଅନୁଷ୍ଠିତ ହୋଇ ଯାଇଛି । ଚଳିତ ବର୍ଷ ପୁରୀ ଜିଲ୍ଲାରେ ଏକ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାତେଇଛନ୍ତି ଶାସକ ଦଳର ନେତା ଓ ଥିଲା ବାଲା ଲୋକ । ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ । ଶତାଧିକ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ବେଳେ ଚଞ୍ଚକତା କରାଯାଇ ବହୁ ଅଯୋଗ୍ୟ ହିତାଧିକାରୀ ଏହାକୁ ହାତେଇ ନେବାରେ ସକ୍ଷମ ହୋଇଛନ୍ତି । ଫଳରେ ଗରିବ, ଅସହାୟ ଲୋକ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇ ନାନା ଦୁର୍ଦଶା ଭୋଗୁଛନ୍ତି । ସରକାରୀ କଳର ଏହି ଚଞ୍ଚକତାକୁ ନେଇ ଆଜି ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଏଥିରେ କଣାସ ବ୍ଲକର ୨୨ଟି ପଞ୍ଚାୟତର ଯୋଗ୍ୟବ୍ୟକ୍ତି ମାନେ ବାଦ ପଡିଥିବା ଅଭିଯୋଗରେ ବ୍ଲକ କାର୍ଯ୍ୟଳୟରେ ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା ।

Related posts

ଭକ୍ତଙ୍କ ଗହଣରେ ହେବ ଘୋଷଯାତ୍ରା

mahabharatanews

ରାୟଗଡାର ୮.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା

mahabharatanews

ଡାକ୍ତର ବିଷ୍ଣୁପ୍ରସାଦଙ୍କ ଶେଷକୃତ୍ୟ ସଂପନ୍ନ

mahabharatanews