ଓଡିଶାଦୁର୍ଘଟଣା

ଡାକ୍ତର ବିଷ୍ଣୁପ୍ରସାଦଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ: କେରଳର ୱାୟନାଡ୍‌ରେ ଭୂ-ସ୍ଖଳନରେ ପ୍ରାଣ ହରାଇଥିବା ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ମୃତଦେହ ଶନିବାର ରାତିରେ ଜନ୍ମମାଟିକୁ ଫେରିବା ପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯାଇଛି । ବିଷ୍ଣୁପ୍ରସାଦଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ କେରଳରୁ ଓଡ଼ିଶା ଆସିଥିଲା ।  କଟକ ଚାରବାଟିଆ ସ୍ଥିତ ହାଉସିଂ ବୋର୍ଡ କଲୋନୀ ସ୍ଥିତ ତାଙ୍କ ଘରେ ମୃତଦେହ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା। ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ମେଡିକାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଥିଲା। ସ୍ୱାମୀଙ୍କ ଦେହାନ୍ତ ଖବର ଶୁଣି ସେ ଭାଙ୍ଗି ପଡ଼ିଛନ୍ତି।

 

Related posts

ସ୍ତ୍ରୀ ତୋର ସେକ୍ସ ମୋର

mahabharatanews

ବିଜେଡିର ନିର୍ବାଚନୀ ଖର୍ଚ୍ଚ ୨୦୧୯ରେ ୨୨୮କୋଟି; ନିର୍ବାଚନ କମିଶନଙ୍କ ରିପୋର୍ଟ

mahabharatanews

ଗୁଳିବିଦ୍ଧ ଦନ୍ତାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

mahabharatanews