ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ମହାପ୍ରୟାଣ ଦିବସ ଏପ୍ରିଲ ୧୭ ତାରିଖରେ ନିରାଡମ୍ବର ଭାବେ ପାଳନ କରାଯିବ । ବିଶ୍ୱ ମହାମାରୀ କବଜାରେ ମାନବ ସମାଜ ଥିବା ବେଳେ ଏହାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସାମାଜିକ ଦୂରତ୍ୱ ନିତାନ୍ତ ଆବଶ୍ୟକ । ତେଣୁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ତେଣୁ ସାମାଜିକ ଦୂରତା ରକ୍ଷା କରିବାକାୁ ତଥା ଏହି ଘଡିସନ୍ଧିମୁହୂର୍ତ୍ତକୁ ଦୃଷ୍ଟିରେ ରଖି ଚଳିତ ଶ୍ରାଦ୍ଧ ଦିବସକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପରିବାରକୁ ବିଜୁବାବୁଙ୍କ ତ୍ୟାଗପୂତ୍ତ ଜୀବନ ଯାତ୍ରା ସମ୍ପର୍କରେ ଆଲୋଚନା କରିବାକୁ କୁହାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଦୀର୍ଘ ଦିନରୁ ଆରମ୍ଭ ହୋଇଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟରେ ଜଣେ ହେଲେ ବି ଲୋକ ଯେମିତି ରକ୍ତ ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ କହିଛନ୍ତି । ଦଳ ସଭାପତି ନିର୍ଦ୍ଦେଶ ମୁତ।।ବକ ସଫଳତା ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣ।।ଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ରକ୍ତଦାତାଙ୍କ ଦେଶଭକ୍ତି ଓ ତ୍ୟାଗ ମନୋଭାବ ପାଇଁ ମନେରଖିଥିବେ ବୋଲି କହିଛନ୍ତି । ଦଳର ଅଗଣିତ କର୍ମକର୍ତ୍ତା, ଶୁଭେଚ୍ଛୁ, ନେତୃମଣ୍ଡଳୀଙ୍କୁ ଲକଡାଉନ ଅବସରରେ ଘରେ ରହିବାକୁ ଅନୁରୋଧ କରିବା ସହ ଘରେ ରହି ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ କହିଛନ୍ତି । ଆଜି ଏସମ୍ପର୍କରେ ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାଶବର୍ମା କହିଛନ୍ତି ।
previous post
next post