ଓଡିଶା

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଉତ୍ସବ ନିରାଡମ୍ବର ରୂପେ ପାଳନ କରିବାକୁ ମଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରବାଦ ପୁରୁଷ ତଥା ଜନ ନାୟକ ବିଜୁ ପଟ୍ଟନାୟକଙ୍କ ୨୩ ତମ ମହାପ୍ରୟାଣ ଦିବସ ଏପ୍ରିଲ ୧୭ ତାରିଖରେ ନିରାଡମ୍ବର ଭାବେ ପାଳନ କରାଯିବ । ବିଶ୍ୱ ମହାମାରୀ କବଜାରେ ମାନବ ସମାଜ ଥିବା ବେଳେ ଏହାର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ସାମାଜିକ ଦୂରତ୍ୱ ନିତାନ୍ତ ଆବଶ୍ୟକ । ତେଣୁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ତେଣୁ ସାମାଜିକ ଦୂରତା ରକ୍ଷା କରିବାକାୁ ତଥା ଏହି ଘଡିସନ୍ଧିମୁହୂର୍ତ୍ତକୁ ଦୃଷ୍ଟିରେ ରଖି ଚଳିତ ଶ୍ରାଦ୍ଧ ଦିବସକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜୁବାବୁଙ୍କ ପୁଅ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ସାମାଜିକ ଦୂରତା ରକ୍ଷା କରି ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବାକୁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପରିବାରକୁ ବିଜୁବାବୁଙ୍କ ତ୍ୟାଗପୂତ୍ତ ଜୀବନ ଯାତ୍ରା ସମ୍ପର୍କରେ ଆଲୋଚନା କରିବାକୁ କୁହାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ଦୀର୍ଘ ଦିନରୁ ଆରମ୍ଭ ହୋଇଥିବା ସାମାଜିକ କାର୍ଯ୍ୟକ୍ରମ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟରେ ଜଣେ ହେଲେ ବି ଲୋକ ଯେମିତି ରକ୍ତ ଅଭାବର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀଙ୍କୁ କହିଛନ୍ତି । ଦଳ ସଭାପତି ନିର୍ଦ୍ଦେଶ ମୁତ।।ବକ ସଫଳତା ସହ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଜାରି ରହିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣ।।ଇଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ରକ୍ତଦାତାଙ୍କ ଦେଶଭକ୍ତି ଓ ତ୍ୟାଗ ମନୋଭାବ ପାଇଁ ମନେରଖିଥିବେ ବୋଲି କହିଛନ୍ତି । ଦଳର ଅଗଣିତ କର୍ମକର୍ତ୍ତା, ଶୁଭେଚ୍ଛୁ, ନେତୃମଣ୍ଡଳୀଙ୍କୁ ଲକଡାଉନ ଅବସରରେ ଘରେ ରହିବାକୁ ଅନୁରୋଧ କରିବା ସହ ଘରେ ରହି ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାକୁ କହିଛନ୍ତି । ଆଜି ଏସମ୍ପର୍କରେ ଏକ ପ୍ରେସ ବିବୃତ୍ତିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାଶବର୍ମା କହିଛନ୍ତି ।

Related posts

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୋକାନ

mahabharatanews

ରାଜ୍ୟରେ ସ୍ବାସ୍ଥ୍ୟ ବିଭାଗର ବହୁ ପଦବୀ ଖାଲି ରହିଛି। ଗୃହର ବହୁ ସଦସ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି।

mahabharatanews

ଏନଟିପିସି, କଣିହାଁ ପକ୍ଷରୁ ଦିବ୍ୟାଙ୍ଗଙ୍କ ପାଇଁ ଚିକିତ୍ସା ଶିବିର

mahabharatanews