ଅପରାଧ

ପ୍ରେମରୁ ହତ୍ୟାକାଣ୍ଡ, ପ୍ରେମିକକୁ ଆଜୀବନ କାରାଦଣ୍ଡ

(ମହାଭାରତ, ରାଇରଙ୍ଗପୁର): ଶନିବାର ଏକ ପ୍ରେମ ବ୍ୟାପାରକୁ ନେଇ ହତ୍ୟା ମାମଲାର ବିଚାର କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତ ପ୍ରେମିକକୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନରେ ଦଣ୍ଡିତ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଝାଡଖଣ୍ଡର ଟାଟା ସହରର ମିଥଲେଶ କୁମାର ନାମକ ଜଣେ ଯୁବକଙ୍କ ସହ ସେହି ଅଞ୍ଚଳର କୋମଲ ମିଶ୍ରା ନାମ୍ନୀ ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବତୀ ଜଣକ ଏକ ଆକ୍ଟିଂ ସ୍କୁଲରେ ଆଡମିଶନ ନେବାକୁ ଚାହୁଁଥିବା ବେଳେ ତାଙ୍କ ପ୍ରେମିକ ଏପରି ନ କରିବା ପାଇଁ ବାରଣ କରିଥିଲେ । ଏହାକୁ ନ ମାନି ଯୁବତୀ ଜଣକ ଆକ୍ଟିଂ ସ୍କୁଲରେ ନାମ ଲେଖାଇବାରୁ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲେ ।

ଏହାପରେ ନିଜ ସାଙ୍ଗ ସହ ମିଶି ଯୁବକ ଜଣକ ନିଜ ପ୍ରେମିକାକୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଅଖାରେ ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ । ଯୁବତୀ ଜଣକ ନିଖୋଜ ରହିବାରୁ ତାଙ୍କ ପରିବାର ପକ୍ଷରୁ ଥାନାରେ ଏତାଲା ଦିଆଯିବା ପରେ ପୋଲିସ ଘଟଣାର ତଦନ୍ତ କରି ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ମୃତ ଯୁବତୀଙ୍କ ପ୍ରେମିକ ଓ ତା ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ତେବେ ଶନିବାର ୨୧ ଜଣ ସାକ୍ଷୀ ଓ ପ୍ରମାଣକୁ ଆଧାର କରି ଅଦାଲତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

Related posts

ପ୍ରବାସୀ ଓଡ଼ିଆଙ୍କ ସନ୍ଦେହ ଜନକ ମୃତ୍ୟୁ

mahabharatanews

ଗଞ୍ଜେଇ ଚେରା ଚାଲାଣ ମାମଲାରେ୧୦ବର୍ଷ ଜେଲ

mahabharatanews

ମୁଖ୍ୟବିଚାରପତିଙ୍କ ଉଦ୍ଦେଶ୍ୟରେ ଖରାପ ମନ୍ତବ୍ୟ ଦେଇ ଜଣେ ଗିରଫ

mahabharatanews