(ଭୁବନେଶ୍ୱର) ; ଏହି କରୋନା ମହାମାରି ସମୟରେ ଅଧୀକ ହତ୍ୟା ଆତ୍ମ ହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ରୋଜଗାର ହରାଇ ତ ଆଉ କେଉଁଠି ପାରିବାରିକ କଳି ତ ପୁଣି କୋଉଠି କିଏ ପ୍ରେମରେ ଧୋକ୍କା ଖାଇ । ତେବେ ସେମିତି କିଛିି ଦୃଶ୍ୟ ଦେଖିବାକୁ ମିଳିଛି ରାଜଧାନୀରେ । ପ୍ରେମରେ ଧୋକ୍କା ଖାଇବା ପରେ ଯୁବତୀ ଜଣକ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଉଧାର କରିଥିଲେ ସାଧାରଣ ଲୋକ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଘଟଣାଟି କିଛି ଏମିତି ବୁଧବାର ଜଣେ ଯୁବତୀ କୁଆଖାଇ ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ କିଛି ସାଧାରଣ ଲୋକ ବାରଣ କରି ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କୁ ଥାନାକୁନେଇ ବୁଝା ସୁଝା କରିଥିଲା । ତାପରେ ଯୁବତୀକୁ ଡାକ୍ତରୀ ମାଇନା ପାଇଁ ପଠାଇଥିଲେ ଯୁବତୀ ଜଣଙ୍କ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣଙ୍କ ଧୋକା ଦେବାପରେ ସେ ସହିଦନଗର ଥାନାରେ ଏ ସମ୍ପର୍କରେ ଜଣାଇଥିଲେ । ସେଠାରେ ପୋଲିସ କୌଣସି କଥା ନବୁଝିବାରୁ ଆତ୍ମହତ୍ୟା କରିବାକୁ ଏଭଳି ପଦକ୍ଷେପ ନେଇଥିଲେ ଯୁବତୀ ।
