ଓଡିଶା

ମୃତ୍ୟୁ ଏମିତିବି ଆସେ

(ବାଲେଶ୍ୱର) ; ବାଟରେ ଜଗିଥିଲା ମୃତ୍ୟୁ । ବିଲେଇ କାମୁଡା ଇଂଜେକ୍ସନ ନେବାକୁ ମେଡିକାଲ ଯିବାପାଇଁ ଲିପ୍ଟ ମାଗିଥିଲେ ମହିଳା ଜଣକ । ତେବେ ମେଡିକାଲ ଯିବା ସମୟରେ ବାଇକରୁ ଖସି ପଡିଥିଲେ ମହିଳା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ । ସୂଚନା ଅନୁଯାୟୀ ଖନ୍ତାପଡା ଥାନା ବରୁଣସିଂ ଗ୍ରାମର ଭିକା ଦାସଙ୍କ ସ୍ତ୍ରୀ ତୁଳସୀ ଦାସଙ୍କୁ କିଛି ଦିନ ପୂର୍ବେ ଏକ ବିଲେଇ କାମୁଡ଼ି ଦେଇଥିଲା। ବିଲେଇ କାମୁଡ଼ା ଇଞ୍ଜେକସନ ନେବାକୁ ତୁଳସୀ ଆଜି ନୀଳଗିରି ମେଡିକାଲ ଆସୁଥିଲେ। ଏଥିନିମନ୍ତେ ସେ ଜଣଙ୍କ ବାଇକ୍ରେ ଲିଫ୍ଟ ନେଇ ଆସୁଥିଲେ। ଟିକିଏ ଅସାବଦାନତା ଯୋଗୁ ସେରଗଡ଼ ନୀଳଗିରି ରାସ୍ତା ନୀଳଗିରି ନିକଟ ଆମ୍ବଡିହା ଛକରେ ବାଇକ୍ରୁ ଖସି ପଡ଼ିଲେ ତୁଳସୀ। ବାଇକ୍ ଆରୋହୀଜଣକ ତାଙ୍କୁ ତୁରନ୍ତ ନୀଳଗିରି ମେଡିକାଲ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related posts

ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ

mahabharatanews

ଖୋଲିଲା ରାଜଭବନ ଉଦ୍ୟାନ

mahabharatanews

ବାୟୁ ପ୍ରଦୁଷଣ: ଦେଶରେ ୧୦ରୁ ୭ ଜଣ ଆକ୍ରାନ୍ତ ହେଉଛନ୍ତି

mahabharatanews