ଓଡିଶା

ଭାଲୁ ଆକ୍ରମଣରେ ଯୁବକ ଆହତ

(ମଧୂସୁଦନ ବହିଦାର/ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସାଲେପାଲି ଗ୍ରାମର ୨୨ ବର୍ଷୀୟ ରବୀନ୍ଦ୍ର ପ୍ରଧାନ ନାମକ ଜଣେ ଯୁବକ ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗୀର ସ୍ଥିତ ଭୀମଭୋଇ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯେ, ଉକ୍ତ ଯୁବକ ନିକଟସ୍ଥ ଜଙ୍ଗଲକୁ ଗାଈ ଚରେଇବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଅପରପକ୍ଷରେ ଗ୍ରାମବାସୀ ପୂର୍ବରୁ ଉକ୍ତ ସ୍ଥାନରେ ଭାଲୁ ଥିବା ନେଇ ବନ ବିଭାଗକୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳପ୍ରଦ ହୋଇନଥିବା କହିଛନ୍ତି ଗ୍ରାମବାସୀ । ତେବେ ଏଭଳି ଘଟଣାକୁ ଗ୍ରାମବାସୀ ବନବିଭାଗର ଅପାରଗତା ବୋଲି ଦର୍ଶାଇଛନ୍ତି । ଆଗରୁ ବନବିଭାଗର କର୍ମଚାରି ଜଙ୍ଗଲ ସୁରକ୍ଷା ପାଇଁ ପରିଦର୍ଶନରେ ଆସୁଥିଲେ । ବର୍ତ୍ତମାନ କିନ୍ତୁ ବନ ବିଭାଗର କୌଣସି କର୍ମଚାରି ପରିଦର୍ଶନରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Related posts

ପକାରୀ ପଞ୍ଚାୟତ ସ୍କୁଲ, ଅଙ୍ଗନୱାଡି ଛାତ୍ରଛାତ୍ରୀଙ୍କ କ୍ରୀଡା ପ୍ରତିଯୋଗିତା

mahabharatanews

ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତିକଲେ ଷ୍ଟିଲ ଗ୍ଲାସ

mahabharatanews

ସାନିଟାଇଜ ହେଲା ଉଦଳା ଷ୍ଟେଟ ବ୍ୟାଙ୍କ

mahabharatanews