ଓଡିଶା

ପ୍ରେମିକ ପାଇଁ ପ୍ରେମିକାର ଥାନା ଆଗରେ ଆତ୍ମହତ୍ୟା ଧମକ

(ଆନନ୍ଦପୁର) ; ମୋତେ ଏଠୁ ଆସି ନେଇଯାଅ ! ତମେ ବହୁତ ଷ୍ଟ୍ରଙ୍ଗ୍ । କାନ୍ଦି କାନ୍ଦି ଏମିତି କିଛି କହିଥିଲେ ପ୍ରେମିକ ପ୍ରେମିକାକୁ । ଏକଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡିଥିଲେ ପ୍ରେମିକା , ଆଉ ସ୍କୁଟିରେ ଭୁବନେଶ୍ବରରୁ ଧାଇଁ ଆସିଲେ ରାମଚନ୍ଦ୍ରପୁର । କଥାଟି ଟିକେ ଅଡୁଆ ଲାଗୁଥିଲେ ବି ସତ । ଏଭଳି ଏକ ରୋଚକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଅଞ୍ଚଳରେ । ଭୁବନେଶ୍ବରର ଏକ ପ୍ରତିଷ୍ଠିତ ଲୁଗା ଦୋକାନରେ ଦେଖାସାକ୍ଷାତରୁ ହୋଇଥିଲା ପ୍ରେମ । ଭଲପାଇବା ନିବିଡ ହେବା ପରେ ଲିଭଇନ୍ ରିଲେସନସିପ୍ । କିନ୍ତୁ ସେଇଠି ସଂପର୍କରେ ଥିଲା କେଁ । ଆଉ ସେଇଥିପାଇଁ ଏବେ ପୁଅର ପରିବାର ଅନ୍ୟ ସ୍ଥାନରେ ପୁଅକୁ ବାହା ଦେବାକୁ ଚାହୁଁଛନ୍ତି ।ପ୍ରେମିକା ଯୁବତୀ ଜଣଙ୍କ ପୂର୍ବରୁ ପ୍ରଥମ ସ୍ବାମୀଙ୍କୁ ଛାଡପତ୍ର ଦେଇଥିଲେ ବି ତାଙ୍କର ଝିଅଟିଏ ଅଛି । ପ୍ରେମିକ ଏହା ଜାଣିଥିଲେ ମଧ୍ୟ ସଂପର୍କ ବଢାଇଥିଲେ । ଲିଭଇନ୍ ରେ ରହିବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ପୁଅ ଘର ଲୋକେ ଏହାର ବିରୋଧରେ । ପ୍ରେମିକକୁ ଉଦ୍ଧାର କରିବାକୁ ଆସିଥିବା ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିବା ନେଇ ରାମଚନ୍ଦ୍ରପୁର ଥାନାରେ ପୀଡିତା ଅଭିଯୋଗ କରିଥିଲେ । ପ୍ରଥମେ ଥାନା ଅଭିଯୋଗ ଗ୍ରହଣ କରିନଥିଲେ, କିନ୍ତୁ ପରେ କେନ୍ଦୁଝର ଏସପିଙ୍କ ଦୃଷ୍ଟି ଆକର୍ଷଣ ପରେ ଅଭିଯୋଗ ଗ୍ରହଣ କରିଛନ୍ତି ।ପ୍ରେମିକକୁ ପାଇବା ଜିଦ୍ ରେ ଏବେଯାଏଁ ଅଡି ବସିଛନ୍ତି ଯୁବତୀ । ତାଙ୍କ ସଂପର୍କକୁ ସୁରକ୍ଷା ନମିଳିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି । ଏପଟେ କିନ୍ତୁ ଗଣମାଧ୍ୟମରେ ମୁହଁ ଖୋଲିବାକୁ ନାରାଜ ପୁଅର ପରିବାର ।

 

Related posts

ଅଫିସରେ ପାନ ଛେପ ପକାଇ ଗଣିଲେ ଜରିମାନା

mahabharatanews

କରୋନା ଭୟ: ମେଡିକାଲ ବାହାରେ ପଡି ରହିଛି କରୋନା ଯୋଦ୍ଧାଙ୍କ ମୃତଦେହ

mahabharatanews

ରାଜ୍ୟରେ କମିଛି କରୋନା ସଂକ୍ରମଣ; ୧୮୦ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews