ଓଡିଶା

  ଦେବଗଡ ବିଧାୟକ ଧମକ ଆତ୍ମହତ୍ୟା

ଭୁବନେଶ୍ୱର: ଦେବଗଡ ବିଜେପି ବିଧାୟକ ଆଜି ବିଧାନସଭାରେ ମଣ୍ଡି ସମସ୍ୟାକୁ ନେଇ ଦେଇଛନ୍ତି ଧମକ । ମଣ୍ଡି ସମସ୍ୟାର ତୁରନ୍ତ ସମାଧାନ କରା ନ ଗଲେ ସେ ଆତ୍ମହତ୍ୟା କରିବାକୁ ଦେଇଛନ୍ତି ଧମକ । ପ୍ରଶ୍ନକାଳରେ ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ପ୍ରତିବାଦ ଜଣାଇ ସେ ଗୃହ ମଧ୍ୟଭାଗରେ ଆସି ବସିପଡିଥିଲେ । ଶୂନ୍ୟକାଳରେ ତାଙ୍କୁ କହିବାକୁ ସୁଯୋଗ ମିଳିବ ବୋଲି ବାଚସ୍ପତିଙ୍କ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ସେ ନିଜ ଆସନକୁ ଯାଇଥିଲେ ।
ଶୂନ୍ୟକାଳରେ ବିଧାୟକ ସୁବାଷ ପାଣିଗ୍ରାହୀ ମଣ୍ଡି ସମସ୍ୟା ଉଠାଇ କହିଥିଲେ, ଟୋକନନରେ ଅବ୍ୟବସ୍ଥା ପାଇଁ ଚାଷୀ ବହୁଭାବେ ହଇରାଣ ହେଉଛନ୍ତି । କିନ୍ତୁ ସରକାର ଏହାର କୌଣସି ସମାଧାନ କରୁ ନାହାନ୍ତି । ତେଣୁ ମଣ୍ଡିରୁ ଧାନ ନ ଉଠିଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି ।

Related posts

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ 

mahabharatanews

ନାଟକ କରୁ କରୁ ଆରମ୍ଭ ହୋଇଗଲା ମହାଭାରତ ।

mahabharatanews

କେନ୍ଦୁଝର ସଦର ରେଞ୍ଜରେ ୨୬ ଟିକିଆ ହାତୀପଲଙ୍କ ଉପଦ୍ରବ

mahabharatanews