ଅପରାଧଓଡିଶା

ଫାଣ୍ଡି ନାକ ତଳେ ରନ୍ଧା ଚାଲିଥିଲା ଦେଶି ମଦ: ୫ ଶହ କେଜି ପୋଚ ନଷ୍ଟ, ୫୦ ଲିଟର ଦେଶି ମଦ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ଥାନା ଅନ୍ତର୍ଗତ ଡେରେଙ୍ଗ ଫାଣ୍ଡି ନାକ ତଳେ ଅର୍ଥାତ ପାଖ ଜଙ୍ଗଲରେ ମାସ ମାସ ଧରି ରନ୍ଧା ଚାଲିଥିଲା ଦେଶି ମଦ । ହେଲେ ଡେରେଙ୍ଗ ଫାଣ୍ଡି ପୁଲିସ୍ ସତରେ ଜାଣିନଥିଲେ ନା ଜାଣିଶୁଣି ଏଭଳି ବେଆଇନ କାରବାର କୁ ପ୍ରଶୟ ଦେଇ ଆସୁଥିଲା ବୋଲି ଏବେ ସ୍ଥାନୀୟ ଅଧିବାସୀ କୁହାକୁହି ହେଉଛନ୍ତି । ଏଭଳି ବେଆଇନ୍ କାରବାର୍ ଦୀର୍ଘ ଛଅ ମାସ ଧରି ଚାଲିଥିବା ବେଳେ ଖୋଦ ଫାଣ୍ଡି ଅଧିକାରୀ କିଭଳି ଜାଣି ପାରିଲେଣି ବୋଲି ବୁଦ୍ଧିଜୀବୀ ମହଲରେ ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି ।

ପ୍ରକାଶ ଥାଉକି, ଡେରେଙ୍ଗ ଫାଣ୍ଡି ପାଖ ଚନ୍ଦ୍ରପଡା ସଂରକ୍ଷିତ ଜଙ୍ଗଲ ଭିତରେ ୬ ମାସ ମାସ ହେଲାଣି ଏହି ବେଆଇନ୍ କାରବାର ଚାଲିଥିଲା । ଦେଶୀ ମଦ ତିଆରି ପରେ ବିଭିନ୍ନ ଗ୍ରାମାଞ୍ଚଳକୁ ସପ୍ଲାଇ ହୋଇଆସୁଥିଲା।ପୁଣି ଏହି ପୁଲିସ ଫାଣ୍ଡି ରାସ୍ତା ଦେଇ ସ୍ପଷ୍ଟ ଦିବାଲୋକ ରେ ହେଉଥିଲା ଚାଲାଣ ।ଏଭଳି ବେଆଇନ କାରବାର ଚାଲିଥିବା ଇଲାକା ହେଉଛି କଣିହାଁ ଥାନା ଓ ଡେରେଙ୍ଗ ଫାଣ୍ଡି ପୁଲିସ ପରିସର ଭୁକ୍ତ। ଅନ୍ୟପକ୍ଷରେ ତାଳଚେର ଉପଖଣ୍ଡ ଅବକାରୀ ପୁଲିସ ଦୀର୍ଘ ୩୫ କି.ମି. ଦୂରରେ ଥାଇ ସୁଦ୍ଧା ଦେଶିମଦ ତିଆରି ସ୍ଥାନରେ ଚଢ଼ାଉ କରି ସଫଳ ହେବା ସ୍ଥାନୀୟ ପୁଲିସ ର ଅପାରଗତା କୁ ଦର୍ଶାଉନି କି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଧିବାସୀ । ଏନେଇ ଡେରେଙ୍ଗ ଫାଣ୍ଡି ଅଧିକାରୀଙ୍କ ମତାମତ ନେବା ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ବିଫଳ ହୋଇଥିବା ପ୍ରକାଶ।

ସୂଚନାରୁ ପ୍ରକାଶ ଯେ, ବିଶେଷ ସୂତ୍ରରୁ ଖବର ପାଇ ବୁଧବାର ସାଢେ ୧୨ଟା ବେଳେ ତାଳଚେର ଅବକାରୀ ବିଭାଗ ଓ କଣିହାଁ ବନ ବିଭାଗ ମିଳିତରେ ଏକ ଟିମ ଚନ୍ଦ୍ରପଡା ସଂରକ୍ଷିତ ଜଙ୍ଗଲ ମଦ ତିଆରି ସ୍ଥାନରେ ଚଢାଉ କରିଥିଲେ ।ଘଟଣାସ୍ଥଳରୁ ଅବକାରୀ ପୁଲିସ୍ ୫ ଶହ କେ.ଜି. ପୋଚ ନଷ୍ଟ କରିଥିଲା । ଏଥି ସହିତ ୫୦ ଲିଟର ଦେଶି ମଦ, ଦୁଇଟି ବାଇଳ, ଗୋଟିଏ ସାଇକେଲ ସହ ମଦ ରନ୍ଧା ସାମଗ୍ରୀ ଜବତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ଅଭିଯୁକ୍ତ ଜଣକ ହେଲେ କଣିହାଁ ଥାନା ବଡହିରା ଗ୍ରାମର ସୁଶାନ୍ତ ନାଏକ( ୪୩) ।

ଏନେଇ ବୁଧବାର ତାଳଚେର ଉପଖଣ୍ଡ ଅବକାରୀ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ସୁଶାନ୍ତକୁ ଆଜି କୋର୍ଟଚାଲାଣ କରାଯାଇଥିଲା । କଣିହାଁ ରେଞ୍ଜ ଅଧିକାରୀ ନିଳମଣି ଦେହୁରୀ ଓ ତାଙ୍କ ସାଥୀ ବନକର୍ମ ଚାରୀ ଗଣ ସମେତ ତାଳଚେର ଉପଖଣ୍ଡ ଅବକାରୀ ପୁଲିସ ଅଧିକାରୀଣୀ ଅନିତା ଓଝା, ସନ୍ତୋଷ କୁମାର ସେନାପତି, ହରିହର ପରଜା, ମାନସ ରଂଜନ ପ୍ରଧାନ, ମନୋଜ କୁମାର ବେହେରା, ପ୍ରଶାନ୍ତ ସିଂ ପ୍ରମୁଖ ଅବକାରୀ ପୁଲିସ ଚଢ଼ାଉରେ ସାମିଲ ଥିଲେ ।

Related posts

ଜୟପୁରରେ ୧୪୪ ଧାରା ଜାରି

mahabharatanews

ଶଙ୍ଖଭବନରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପାର୍ଥିବ ଶରୀର

mahabharatanews

ଦେଶୀ ମଦ ଭାଟି ଠାବ କରି ଭାଙ୍ଗିଲେ ସ୍ୱତନ୍ତ୍ର ସ୍କ୍ୱାଡ୍

mahabharatanews