ଓଡିଶା

ସାବଧାନ ବୁଲୁଛି ମହାବଳ !

(ପାରଳାଖେମୁଣ୍ଡି) : ସାବଧାନ ବୁଲୁଛି ମହାବଳ । ଆନ୍ଧ୍ର ସୀମାନ୍ତରେ ପାରଳାଖେମୁଣ୍ଡି ସହର ଠାରୁ ମାତ୍ର ୨କିମି ଦୂର ମହେନ୍ଦ୍ରତନୟା ନଦୀତଟ ତଥା ଆନ୍ଧ୍ରର ସରାଳି ଗ୍ରାମ ନିକଟରେ ଏହାର ପାଦ ଚିହ୍ନ ମିଳିଛି। ଏଣୁ ନିକଟସ୍ଥ ଜଙ୍ଗଲରେ ବାଘ ଥିବା ଅନୁମାନ କରାଯାଉଛି। ଗଜପତି ଜିଲ୍ଲା ବନ ବିଭାଗ ଅଧିକାରୀମାନେ ସୀମାନ୍ତ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ରାତିରେ ଘରୁ ନ ବାହାରିବା ସହ ଏକାକୀ କୌଣସି ନିର୍ଜନ ସ୍ଥାନକୁ ନ ଯିବା ପାଇଁ ସଚେତନ କରିଛି ।

ସୂଚନାନୁଯାୟୀ ,  ଗତ ମାସ ୨୦ତାରିଖରେ ମହାବଳ ଗଣ୍ଡାହାତୀ ଅନ୍ତର୍ଗତ ସନ୍ତୋଷପୁର ଗାଁର ଏକ ତେନ୍ତୁଳି ଗଛ ମୂଳରେ ବନ୍ଧା ହୋଇଥିବା ନୃସିଂହ ନାୟକଙ୍କ ଗାଈକୁ ଘୋଷାରି ନେଇ ଗାଁ ଠାରୁ ଅଳ୍ପ ଦୂର ଏକ ବୁଦା ମୂଳରେ ଦରଖିଆ ଅବସ୍ଥାରେ ଛାଡ଼ି ଚାଲିଯାଇଥିଲା । ବନ ବିଭାଗ ପକ୍ଷରୁ ଖଞ୍ଜାଯାଇଥିବା ଟ୍ରାପ୍‌ କ୍ୟାମେରା ଦ୍ବାରା ମିଳିଥିବା ଫୁଟେଜ୍‌ରୁ ଏହି କାଣ୍ଡ ଏକ ମହାବଳ ବାଘ ଦ୍ବାରା ହୋଇଥିବା ସ୍ପଷ୍ଟ ହୋଇଥିଲା।

Related posts

ହାଉସ୍‌ କମିଟିରେ ସ୍ଥାନ ପାଇଲେ ଭୁବନେଶ୍ୱର ସାଂସଦ

mahabharatanews

ସେପ୍ଟେମ୍ବର ୨୮  ସରକାରୀ ଛୁଟି

mahabharatanews

ଆଜି ସକାଳୁ ନାଟମଣ୍ଡପ ମରାମତି କାମ ଆରମ୍ଭ 

mahabharatanews