Uncategorized

ଫାରୁକ ଅବଦୁଲ୍ଲାଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶନାମା ଜାରି

ଶ୍ରୀନଗର: ଜାମ୍ମୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲ୍ଲାଙ୍କୁ ମୁକ୍ତ କରିବାକୁ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛି ବୋଲି ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ପ୍ରମୁଖ ସଚିବ ରୋହିତ କାନସଲ ସୂଚନା ଦେଇଛନ୍ତି । । ଅବଦୁଲ୍ଲାଙ୍କୁ ଜାମ୍ମୁରୁ ଧାରା ୩୭୦ ଉଚ୍ଛେଦ ପରେ ପବଲ୍ିକ ସେଫଟି ଆକ୍ଟ (ପିଏସଏ) ଅନ୍ତର୍ଗତ ବନ୍ଦୀ କରାଯାଇଥିଲା । ଜମ୍ମୁ କାଶ୍ମୀର ପିଏସଏ ୧୯୭୮ ଅନ୍ତର୍ଗତ କ୍ଷମତା ଆଧାରରେ ସରକାର ୧୫ ଅଗଷ୍ଟ ୨୯୧୯ରେ ଜାରି ହୋଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ନେଇଛି ।

ସୂଚନାଯୋଗ୍ୟ, ୫ ଅଗଷ୍ଟ ୨୦୧୯ରେ କେନ୍ଦ୍ର ସରକାର ଜମ୍ମୁରୁ ଧାର।। ୩୭୦ ଉଚ୍ଛେଦ କରିବା ପରେ ଫାରୁଖଙ୍କ ସମେତ ଅନ୍ୟ ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମୁଫ୍ତି ମେହବୁବାଙ୍କୁ ଲୋକଙ୍କୁ ହିଂସା ପାଇଁ ଭଡକେଇବା ଆଶଙ୍କାରେ ବନ୍ଦୀ କରିଥିଲା । ଏମାନଙ୍କ ବ୍ୟତୀତ ବହୁ ସ୍ଥାନୀୟ ନେତାଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା । ଫାରୁକ ଓ ଅନ୍ୟ ଦୁଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରାରମ୍ଭିକ ଅବସ୍ଥାରେ ୩ ମାସ ବନ୍ଦୀ ରଖିବାକୁ ନିର୍ଦ୍ଦେଶ ରହିଥିବା ବେଳେ ପରେ ଏହାକୁ ଆଉ ତିନି ମାସ ବଢାଇ ଦିଆଯାଇଥିଲା ।

Related posts

୬.୬୦ କୋଟି ବର୍ଷ ପୂର୍ବେ ଉଲକାପିଣ୍ଡ ଦୁର୍ଘଟଣାରେ ବହୁ କ୍ଷୟକ୍ଷତି ହୋଇଥିଲା

mahabharatanews

ସିଏଏ ଲାଗି ଭିନ୍ନ ଅନ୍ୟ ବିକଳ୍ପ ନାହିଁ: କେରଳ ରାଜ୍ୟପାଳ

mahabharatanews

କର୍ଣ୍ଣାଟକ କଂଗ୍ରେସ ନେତା ଅଟକ

mahabharatanews