Uncategorized

ଫାଶୀରେ ବିଳମ୍ବ ହେଲେ କେଜ୍ରିୱାଲ ସରକାର ଦାୟୀ: ନିର୍ଭୟାଙ୍କ ମା’

(ନୂଆଦିଲ୍ଲୀ): ନିର୍ଭୟା ଗଣଦୁଷ୍କର୍ମ ମାମଲାର ଦୋଷୀ ମୁକେଶ କରିଥିବା ରାଜକ୍ଷମା ଆବେଦନ ଖାରଜ ହୋଇଛି । ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବା ବେଳେ ଏହାକୁ ନେଇ ଦିଲ୍ଲୀର ଶାସକ ଦଳ ଆମ ଆଦମୀ ପାର୍ଟି ଓ ବିଜେପି ପରସ୍ପରକୁ ଦୋଷ ଦେଉଛନ୍ତି । ତେବେ ଏହା ଭିତରେ ୪ ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବ ହେଲେ କେଜ୍ରିୱାଲ ସରକାର ଦାୟୀ ରହିବେ ବୋଲି ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି । ସେ କହିଛନ୍ତି, ୨୦୧୨ରେ ତାଙ୍କ ଝିଅକୁ ଦୁଷ୍କର୍ମ ମାମଲାରେ ଯେଉଁମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ପାଇଁ ଦାବି କରୁଥିେଲେ ସେମାନେ ଆଜି ଏହି ପ୍ରସଙ୍ଗରେ ରାଜନୈତିକ ପାଇଦା ଉଠାଉଛନ୍ତି । ସରକାର ଚୁପ୍, କୋର୍ଟ ଚୁପ୍, ଆଇନରେ ଢିଲା ବ୍ୟବସ୍ଥା ରହିଛି । ୨୦୧୭ରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିସାରିଥିଲେ । ଏହାପରେ ଫାଶୀ ଦଣ୍ଡାଦେଶ ପାଇଁ ଡେରି କାହିଁକି ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବାକୁ ସେ ଅନୁରୋଧ କରିଛନ୍ତି ।

ସେହିପରି ନିର୍ଭୟାଙ୍କ ବାପା ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଏହି ମାମଲା ଦୀର୍ଘଦିନ ଧରି ପଡି ରହିଥିଲା । ଆମେ ନ୍ୟାୟ ପାଇଁ ତତ୍ପରତା ଦେଖାଇବାରୁ ଦିଲ୍ଲୀ ସରକାର ମାମଲାକୁ ଆଗକୁ ବଢାଇଛନ୍ତି । ସେମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲା । ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତେବେ ସେଥିପାଇଁ କେଜ୍ରିୱାଲ ସରକାର ଦାୟୀ ରହିବେ ।

Related posts

ଏହି ଗଛ ଲଗାଇଲେ ଘରୁ ଦୂର ହୋଇଥାଏ ବାସ୍ତୁଦୋଷ

mahabharatanews

ପିଏମ୍ କେୟାର ଫଣ୍ଡକୁ ୩୩ କୋଟି ଦେଲେ ବିଏସଏଫ ଯବାନ

mahabharatanews

ନିର୍ଭୟା ଦୋଷୀ ପବନକୁ ନାବାଳକ ପ୍ରମାଣ କରୁଥିବା ଓକିଲଙ୍କୁ ବାର କାଉନସିଲର ଜବାବ ତଲବ

mahabharatanews