ରାଜନୀତି

ଫୋକସ ଷ୍ଟେଟ ଦାବି ଉଠାଇବ ଓଡିଶା: ଶଶୀଭୂଷଣ ବେହେରା

ଭୁବନେଶ୍ୱର/ ସ୍ୱରୂପା ମହାପାତ୍ର: ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ନୀତି ଆୟୋଗ ଉପାଧକ୍ଷ ରାଜୀବ କୁମାର । ରାଜୀବଙ୍କ ଓଡିଶା ଗସ୍ତକୁ ସ୍ୱାଗତ କରିଛି ବିଜୁ ଜନତା ଦଳ । ନୀତି ଆୟୋଗ ଉପାଧକ୍ଷଙ୍କ ନିକଟରେ ବିଜେଡି ଓଡ଼ିଶାକୁ ଫୋକସ ଷ୍ଟେଟ ଦାବି ଉଠାଇବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଶଶୀଭୂଷଣ କହିଛନ୍ତି ଯେ, ନୀତି ଆୟୋଗ ହେଉଛି ଦେଶର ବିକାଶ ଲାଗି ଏକ ଶୀର୍ଷ ସ୍ତରୀୟ ଅନୁଷ୍ଠାନ। ବିଭିନ୍ନ ରାଜ୍ୟ ଗସ୍ତ କରି ତଥ୍ୟ ସଂଗ୍ରହ କରି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରେ ନୀତି ଆୟୋଗ। ରାଜ୍ୟର ସ୍ୱାର୍ଥ ନେଇ ପୂର୍ବରୁ ଯୋଜନା କମିଶନ ନିକଟରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ବିଭିନ୍ନ ଦାବି ରଖି ଆସିଛନ୍ତି । ଏବେ ନୀତି ଅୟୋଗ ନିକଟରେ ଶାସକ ଦଳ ଓଡ଼ିଶାର ନାର୍ୟ୍ୟ ଦାବି ଦୋହରାଇବେ । ନର୍ଥ ଇଷ୍ଟ ରାଜ୍ୟ ପରି ଓଡ଼ିଶାକୁ ଫୋକସ ଷ୍ଟେଟ ଦାବି କରାଯିବ । ଫୋକସ ଷ୍ଟେଟ ପରି ଓଡ଼ିଶାରେ ମଧ୍ୟ ଆଦିବାସୀ ଓ ଦଳିତ ଲୋକ ବସବାସ କରୁଛନ୍ତି ।

କେନ୍ଦ୍ର ଓଡ଼ିଶାରୁ ଅଧିକ ରାଜସ୍ୱ ପାଉଛି । ରେଳବାଇ ଓ ଅନ୍ୟାନ୍ୟ କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ରାଜସ୍ୱ ସଂଗ୍ରହ କରୁଛି କେନ୍ଦ୍ର । ଏହା ସହ ଜିଏସଟି ଓ ଅନ୍ୟ କ୍ଷେତ୍ରରେ ଓଡ଼ିଶାର ଶୃଙ୍ଖଳା ରହିଛି । ଓଡ଼ିଶାକୁ ଯେପରି ଅନୁରୂପ ଭାବେ ସାହାଯ୍ୟ ସହଯୋଗ ମିଳିବା କଥା କେନ୍ଦ୍ର ପକ୍ଷରୁ ମିଳୁନାହିଁ । ଓଡ଼ିଶାର ପ୍ରାପ୍ୟ ରୟାଲଟି ମଧ୍ୟ ରିଭିଜନ ହେଉନାହିଁ । ରାଜ୍ୟର ଭିର୍ତ୍ତିଭୂମୀର ବିକାଶର ଆବଶ୍ୟକତା ରହିଛି । ଏହି ସମସ୍ତ ଅବହେଳା ରାଜ୍ୟ ସରକାର ନୀତି ଆୟୋଗ ନିକଟରେ ଉପସ୍ଥାପନ କରିବେ । ଓଡିଶାର ପ୍ରତ୍ୟେକ ଜୀବନ ନବୀନ ପଟ୍ଟନାୟକଙ୍କ ପାଇଁ ମୁଲ୍ୟବାନ ଆଉ ଏହି ଆହ୍ୱାନକୁ ନେଇ ସରକାର ନୀତି ଆୟୋଗଙ୍କ ନିକଟରେ ଦାବି ରଖିବେ । କେନ୍ଦ୍ର ସରକାର ନୀତି ଆୟୋଗଙ୍କ ରେକମଣ୍ଡେସନକୁ ନିଶ୍ଚିତ ଭାବରେ ଗ୍ରହଣ କରିବେ ବୋଲି ଆଶା ରଖିଛନ୍ତି ଶାସକ ଦଳ ।

Related posts

କଂଗ୍ରେସରେ ସାମିଲ ହେଲେ କହ୍ନେୟା

mahabharatanews

ଦଳିତ, ନିଷ୍ପେସିତ, ବଞ୍ଚିତଙ୍କ ସ୍ୱର କୁହାଯାଉଥିବା କେନ୍ଦ୍ର ମନ୍ତ୍ରୀ ରାମ ବିଲାସ ପାଶ୍ୱାନଙ୍କ ଦେହାନ୍ତ

mahabharatanews

ଆଜି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ

mahabharatanews