ଓଡିଶା

ବକୁଳବନ ମହୋତ୍ସବ ପାଳିତ

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚସଖା ସ୍ମୃତି ପାଠାଗାର ପରିସରରେ ବକୁଳବନ ମହୋତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ । ଉତ୍କଳମଣୀ ଗୋପବନ୍ଧୁଙ୍କୁ ଓଡ଼ିଶା ମାଟିର ମଣିଷ ବୋଲି କହିବା ସହ ତାଙ୍କୁ ଜଙ୍ଗଲର ଚନ୍ଦନକାଠ ସହ ତୁଳନା କରିଥିଲେ । ଜଙ୍ଗଲରେ ଅନେକ ଗଛ ଥିଲେ ବି ସବୁ ଚନ୍ଦନଗୁଡିକ ଚନ୍ଦନ ଗଛ ପରି ମହକି ନଥାଏ ବୋଲି କହିଥିିଲେ । ଏଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସେ ପ୍ରଶଂସା କରିଥିଲେ । ଏହି ଅବସରେ ନୃତ୍ୟାଙ୍ଗନା ରୋଜାଲିନ ସୁନ୍ଦରାୟ ଓଡ଼ିଶୀ ନୃତ୍ୟ ପରିବେଶଣ କରିଥିଲେ । ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଓ ସମାଜସେବୀ ଭାବେ ପେଣ୍ଠପଡା ସରପଞ୍ଚ ବାସନ୍ତୀ ବେହେରାଙ୍କ ସମେତ ୧୦୫ ଜଣଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ‘ବକୁଳବନର ବାର୍ତ୍ତା’ ନାମକ ଏକ ସ୍ମରଣୀକାର ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ପ୍ରଫେସର ଶରତଚନ୍ଦ୍ର ରଥ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରଶାସନିକ ଅଧିକାରୀ ଅଲେଖ ଚନ୍ଦ୍ର ପଢିହାରୀ, ରାଜ୍ୟ ବିଜୁ ମହିଳା ଜନତା ଦଳର ସଂଗଠନର ସମ୍ପାଦିକା ସଂଧ୍ୟାରାଣୀ ବିଶ୍ୱାଳ ଆଇନଜୀବୀ ଆଦି ଅତିଥି ଭାବେ ଯୋଗ ଦେଇ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Related posts

ରାସ୍ତାକଡରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଅଞ୍ଚଳଗୁମ୍ମା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

mahabharatanews

ପ୍ରବଳ ବର୍ଷା ସମ୍ଭାବନା: ସମସ୍ତ ବନ୍ଦର ପାଇଁ ବିପଦ ସଙ୍କେତ ଜାରି

mahabharatanews