ଓଡିଶା

ବଜରଙ୍ଗୱାଲି କମିଟିର ବାର୍ଷିକ ଉତ୍ସବ

(ମହାଭାରତ, ଧାମନଗର): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଇଚ୍ଛାପୁର ବଜରଙ୍ଗୱାଲି କମିଟି ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବୁଧବାର ଏକ ଯଜ୍ଞର ଆୟୋଜନ କରାଯାଇଥିଲା । ପରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପୂର୍ବରୁ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିକାଶ କୁମାର ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଏବଂ ଭଦ୍ରକ ସମାଜ ସେବା ସଂଗଠନ ଶହୀଦ ଭଗତ ସେନାର ଆବାହକ ଶିତାଂଶୁ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ସମାଜର କଲ୍ୟାଣ ପାଇଁ ଯୁବପୀଢିର ଅବଦାନ ଅତୁଳନୀୟ ବୋଲି ଅତିଥିମାନେ ବକ୍ତବ୍ୟ ଦେଇଥିଲେ । ସଭା ଶେଷରେ ସଂଘର୍ଷ ନିଉଜ୍ର ଭଦ୍ରକ ଜିଲ୍ଲା ଯୁବ ସାମ୍ବାଦିକ ଲାଲା ପ୍ରମୋଦ ରାୟଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହା ସହ ଧାମନଗର ସମାଜସେବୀମାନେ ଜିଲ୍ଲାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

Related posts

ବଲାଙ୍ଗିର, ବରଗଡ, ଭଦ୍ରକ, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

mahabharatanews

ସ୍ୱତନ୍ତ୍ର ବସରେ ୨୪ଜଣ ବିହାର ଓ ପଶ୍ଚିମବଙ୍ଗ ଗଲେ

mahabharatanews

ଲାଇନଚ୍ୟୁତ ହୋଇଗଲା ଚେନ୍ନାଇ ସେଣ୍ଟ୍ରାଲ୍‌ ଏକ୍ସପ୍ରେସ୍‌

mahabharatanews