ଓଡିଶା

ବଜ୍ରାଘାତରେ ୧୭ ଗୋରୁ ମୃତ ! ଅଳ୍ପକେ ବର୍ତିଲେ ୩ ଗାଈ ଚରାଳି

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ବଜ୍ରାଘାତରେ ୧୭ ଗୋରୁଙ୍କ ମୃତ୍ୟୁ । କାଲିମେଳା ବ୍ଲକ ଅନ୍ତର୍ଗତ ତେଲେରାଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ସୁଦ୍ଧା ଖୁଣ୍ଟା ଗ୍ରାମରେ ଘଟିଛି ଏପରି ଅଭାବନୀୟ ଘଟଣା । ବଜ୍ରାଘାତରେ ଗାଈ, ବଳଦ,ବାଛୁରୀ ମିଶି ୧୭ ଗୋରୁ ପ୍ରାଣ ହରାଇଥିବାବେଳେ ଗାଈ ଚରାଇବାକୁ ଯାଇଥିବା ୩ ଭାଇ ଭଉଣୀ ଅଳ୍ପକେ ବର୍ତ୍ତିଯାଇଛନ୍ତି ।ବଜ୍ରାଘାତର ଦୀର୍ଘ ଅଧ ଘଣ୍ଟାଏ ପରେ ଚେତାଶୁନ୍ୟ ହୋଇ ପଡିଥିବା ଗାଇ ଚରାଳି ମାନେ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରକୁ ଜଣାଇଥିଲେ । ପରେ ଗ୍ରାମବାସୀ ପହଞ୍ଚି ୧୭ ଗୋରୁଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିବା ବେଳେ ଅନ୍ୟ ୪ ଗୋରୁ ଏପର୍ୟ୍ୟନ୍ତ ନିଖୋଜ ଥିବା ଜଣାପଡିଛି ।ପ୍ରତିବର୍ଷ ଏଇ ଗାଈ ବଳଦଙ୍କୁ ନେଇ ଗରିବ ଆଦିବାସୀମାନେ ଚାଷକାମ କରିଥାନ୍ତି। ବଜ୍ରପାତ ଯୋଗୁଁ ସମସ୍ତ ଗାଈ ଗୋରୁଙ୍କର ଆକସ୍ମିକ ମୃତ୍ୟୁରେ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି ।

Related posts

ଆସିଛି ଦିଲ୍ଲୀରୁ ଡାକରା: ସ୍ୱାଧୀନତା ଦିବସରେ ଅତିଥି ହେବେ ପୁରୀର ଆଶାକର୍ମୀ ସୁକାନ୍ତି

mahabharatanews

କୋଡ଼ିଙ୍ଗାମାଲି ଖଣିରୁ ବକ୍ସାଇଟ ପରିବହନ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

mahabharatanews

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

mahabharatanews