ଭୁବନେଶ୍ବର: କରୋନା ମୁକାବିଲା ପ।।ଇଁ କେନ୍ଦ୍ର ସରକାର ଦେଶରେ ଲକଡାଉନ ଜାରି କରିଥିଲେ । ଏହାକୁ ୫ ମାସ ପୂରିବାକୁ ବସିଲାଣି । କିନ୍ତୁ କରୋନା ଉପରେ କୌଣସି ଅଙ୍କୁଶ ଲାଗିପାରୁ ନାହିଁ । ତେବେ ଯେଉଁରୂପେ ସଂକ୍ରମଣ ହେବା କଥା ତା ଉପରେ ଲକଡାଉନ କିଛି ମାତ୍ରାରେ ରୋକ ଲାଗିଥିବା ବିଶେଷଜ୍ଞ କହୁଥିବା ବେଳେ କିନ୍ତୁ ସାଧାରଣ ଜୀବନ ଯାତ୍ରା ଏଥିରେ ବ୍ୟାପକଭାବେ ପ୍ରଭାବିତ ହୋଇଛି । ତେବେ ଏହି ସମୟ ମଧ୍ୟରେ ଘରୋଇ ହିଂସା ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି । କିନ୍ତୁ କରୋନା ପାଇଁ ରିପୋର୍ଟ ହେଉନାହିଁ ।
ଲକଡାଉନ ପାଇଁ ଆର୍ଥିକ ଦୁରାବସ୍ଥା ସାଙ୍ଗକୁ ପରିବାରର ସମସ୍ତେ ବାହାରକୁ ନ ଯାଇ ସବୁ ସମୟରେ ଘରେ ରହୁଛନ୍ତି । ତେଣ ପରିବାର ଭିତରେ ଝଗଡା, ମନ ମାଳିନ୍ୟ, ମତାନ୍ତର ବଢିଚାଲିଛି । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉଛି । ମହିଳାଙ୍କ ପ୍ରତି ହିଂସା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । କିନ୍ତୁ ଲକଡାଉନ ପାଇଁ ଫାଇଲ ହୋଇପାରୁନି ଅନେକ ରିପୋର୍ଟ । ଗତ ଲକଡାଉନ ପିରିୟଡ ମଧ୍ୟରେ ରାଜଧାନୀର ୨୧ ଥାନା ଅଧୀନରେ ଶହ ଶହ ସଂଖ୍ୟାରେ ଫୋନକଲ ମାଧ୍ୟମରେ ଅଭିଯୋଗ ହେଉଛି । ହେଲେ ଅନେକ ଅଭିଯୋଗ ‘ମାଧ୍ୟମ’ କାଉନସେଲିଂ ଜରିଆରେ ହୋଇଯାଉଛି ଫଇସଲା । ଗତ ଜାନୁଆରୀ ରୁ ଏଯାବତ ପାଖାପାଖି ୧୨୭ଟି କେସର ଫଇସଲା କରିଛି ‘ମାଧ୍ୟମ’ । ଯାହା କମିଶନରେଟ ପୋଲିସର ଘରୋଇ ହିଂସା ଅଭିଯୋଗର କାଉନସେଲିଂ ସେଣ୍ଟର ।
ଯେଉଁ କେସ ‘ମାଧ୍ୟମ’ ଜରିଆରେ ସମାଧାନ ହୋଇପାରୁନି ତାହାର ଥାନାରେ ରିପୋର୍ଟ ହେଉଛି । ତ୍ବରିତ ପ୍ରକ୍ରିୟାରେ ନୋଡାଲ ଅଫିସରଙ୍କ ଜରିଆରେ ଅଭିଯୋଗକାରୀଙ୍କ ଉପରେ ଯେପରି ଅତ୍ୟାଚାର ନହୁଏ ସେଥିପ୍ରତି ନଜର ରଖାଯାଉଛି। ‘ମାଧ୍ୟମ’ ଦ୍ବାରା ସମାଧାନ ସମ୍ଭବ ନହେଲେ ଥାନାରେ ରିପୋର୍ଟ କରି ଆଇନର ଆଶ୍ରୟ ନିଆଯାଉଛି । ତେବେ କମିସନରେଟର ତଥ୍ୟ କହୁଛି ଲକଡାଉନ ପିରିୟଡରେ ଭୁବନେଶ୍ବରରେ ଅନେକ ଅଭିଯୋଗ ଆସିଛି । ହେଲେ ଆପୋଷ ସମାଧାନ ନ ହୋଇ ପାରିବାରୁ ମୋଟ ୫୪ଟି ଘରୋଇହିଂସା ଜନିତ କେସ ଥାନାରେ ରିପୋର୍ଟ ହୋଇଛି । ଯାହାକି ୨୦୧୯ ଠାରୁ କମ ରହିଛି । କାରଣ ଗତ ବର୍ଷ ଏହି ସମୟ ମଧ୍ୟରେ ୬୮ ଟି ଘରୋଇ ହିଂସା ଜନିତ ରିପୋର୍ଟ ଥାନାରେ ହୋଇଥିଲା ।
କିନ୍ତୁ ବିଶେଷଜ୍ଞଙ୍କ ମତ, ଲକଡାଉନ କାରଣରୁ ଅନେକ କ୍ଷେତ୍ରରେ ମହିଳାମାନେ ଗାଡିମୋଟର ଚାଲୁନଥିବାରୁ ଥାନାକୁ ଯାଇ ରିପୋର୍ଟ କରି ପାରୁ ନାହାନ୍ତି । ତେଣୁ କମିଶନରେଟ ପୁଲିସ ରିପୋର୍ଟ ଦେଖାଇ ବାହାବା ନେବାକୁ ଚେଷ୍ଟା କରୁଛି । ଏହି ଲକଡାଉନ ସମୟରେ ଭୁବନେଶ୍ୱରରେ ଅନେକ ପାରିବାରିକ କଳହରୁ ହତ୍ୟା, ଆତ୍ମହତ୍ୟା ପରି ଉଦାହରଣ ରହିଛି । ତେଣୁ ରିପୋର୍ଟ ଆଧାରରେ ହିଂସା କମ ଥିବା କହିବା ଭୁଲ ହେବ ବୋଲି କୁହାଯାଉଛି ।
previous post