ଓଡିଶା

ଦୁଇ ବଖରା ପୋଡି ପାଉଁଶ

ଆଠଗଡ: ଗତ କାଲି ବିଳମ୍ବିତ ରାତିରେ ଆଠଗଡ ଅନ୍ତର୍ଗତ କନ୍ଦରପୁରଗାଁର ପାଲାମଣ୍ଡପ ନିକଟରେ ଆକସ୍ମିକ ନିଅ ।ଁ ଲାଗି ଦୁଇ ବଖରା ଘର ପୋଡି ଜଳି ପାଉଁଶ ହୋଇଯାଇଛି । ଲୋକମାନେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରି ବିଫଳ ହେବା ବେଳେ ଖବର ପାଇ ଆଠଗଡ ଅଗ୍ନି ସେବା ଗାଡି ପହଁଚି ନିଆଁକୁ ଆୟତ କରିଥିଲେ । ନିଆଁ ଏତେ ଭୟଙ୍କର ଥିଲା ଯେ ଘରେ ଥିବା ସମସ୍ତ ଧାନ ·ଉଳ, ମୁଗ, ବିରି ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ କିପରି ଲାଗିଲା ତାହା ଜଣାପଡି ନ ଥିବା ବେଳେ ଗୁହାଳରେ ଦିଆଯାଇଥିବା ଧୂଆଁରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ମେଘା ରାଜସ୍ୱ ନିରୀକ୍ଷକ ପହଁଚି ଘଟଣା ସମ୍ପର୍କରେ ଅନୁଧ୍ୟନ କରି ସହାୟତା ଯୋଗାଇଦେବାକୁ ପୀଡିତ ପରିବାରଙ୍କୁ ଆଶ୍ୱାସନା ବାଣୀ ଶୁଣାଇଛନ୍ତି ।

Related posts

ବଲାଙ୍ଗୀରରେ କୃଷକ ପରିବାରର ଆତ୍ମହତ୍ୟା ଉଦ୍ୟମ, ୨ ମୃତ

mahabharatanews

ରାଜ୍ୟରେ ବଢ଼ିଲା କୁମ୍ଭୀରଙ୍କ ସଂଖ୍ୟା

mahabharatanews

୧୯ରେ ମୟୁରଭଞ୍ଜ ବନ୍ଦ ଡାକରା

mahabharatanews